ରାସ୍ତାରେ ଯାଉଯାଉ ଟଳି ପଡ଼ିଲେ ମାଲିକ, ପୋଷା କୁକୁର ଏପରି ବଞ୍ଚାଇଲା ଜୀବନ

ନୂଆଦିଲ୍ଲୀ: ପଶୁପକ୍ଷୀମାନଙ୍କ ମଧ୍ୟରୁ କୁକୁରକୁ ସବୁଠାରୁ ବିଶ୍ବାସଯୋଗ୍ୟ ପ୍ରାଣୀ ବୋଲି କୁହାଯାଇଥାଏ। ବିପଦ ସମୟରେ କୁକୁର ମାଲିକ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ଅନେକ ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳିଛି।
ଏଭଳି ଏକ ଘଟଣା ଆମେରିକାର କ୍ୟାନସସ ସିଟିରୁ ସାମ୍ନାକୁ ଆସିଛି। ଏଠାରେ କୁକୁର ପାଇଁ ମାଲିକଙ୍କ ପାଖରେ ଜରୁରୀ ସେବା ପହଞ୍ଚି ପାରିଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଛି। ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଜଣେ ବ୍ୟକ୍ତି ଅନେକ ଦିନ ହେବ ଏକ କୁକୁରକୁ ପୋଷିଥିଲେ। ସେ ଯେଉଁଆଡେ ବି ଯାଆନ୍ତି ତାଙ୍କ ପୋଷାକୁକୁରକୁ ସାଥୀରେ ନେଇ ଯାଆନ୍ତି। ନିକଟରେ ସେ ଚାଲିଚାଲି ରାସ୍ତାରେ ବୁଲିବାକୁ ବାହାରିଥିବା ସମୟରେ ସାଥୀରେ ନିଜ ପୋଷାକୁକୁରକୁ ନେଇ ଯାଇଥିଲେ। ଏହି ସମୟରେ ରାସ୍ତାରେ ହଠାତ ଉକ୍ତ ବ୍ୟକ୍ତିଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା, ଆଉ ସେ ରାସ୍ତାରେ ଟଳି ପଡ଼ିଥିଲେ। ରାସ୍ତାଟି ଶୁନଶାନ ଥିବାରୁ ସେ କାହାକୁ ସାହାଯ୍ୟ ମାଗିବି ପାରୁ ନଥିଲେ। ଏଭଳି ଅସୁବିଧା ସମୟରେ କୁକୁରଟି ତାର ମାଲିକକୁ ଏକା‌ ଛାଡ଼ି ନଥିଲା।

Dog saves owner's life during medical emergency; know how | Catch News
ପଶୁ ହେଲେ କ’ଣ ହେବ, କିଛି ସମୟରେ ସେଠାରେ ଛିଡ଼ା ହେବାପରେ ମାଲିକ ଅସୁସ୍ଥ ଥିବା ଅନୁଭବ କରି ପଡ଼ିଶାଘରକୁ ଦୌଡ଼ି ଯାଇଥିଲା କୁକୁର। ଯେତିକି ସମ୍ଭବ ସେ ତାର ମାଲିକ ଅସୁସ୍ଥ ଥିବା କଥା ଠାରରେ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ପଡ଼ିଶା କୁକୁର କ’ଣ କହିବାକୁ ଚେଷ୍ଟା କରୁଛି କିଛି ବୁଝି ପାରି ନଥିଲେ। ‌ଶେଷରେ ସେ କୁକୁର ପାଖକୁ ଆସିବା ପରେ କୁକୁରଟି ଆଗେଆଗେ ଯିବାକୁ ଲାଗିଥିଲା। ସେ ବି କୁକୁର ପଛେପଛେ ଧାଇଁଥିଲେ।

କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚିବା ପରେ ପଡ଼ିଶା କୁକୁର ମାଲିକଙ୍କୁ ଅସୁସ୍ଥ ହୋଇ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ  । ଏହାପରେ ସେ ତୁରନ୍ତ ଫୋନ କରି ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାଇଥି‌ଲେ। ଫୋନ ପାଇ ସ୍ବାସ୍ଥ୍ୟକର୍ମୀ ଘଟଣାସ୍ଥଳରେ ପହଞ୍ଚି ଠିକ ସମୟରେ ଚିକିତ୍ସା ଯୋଗାଇ ଦେବାରୁ ଉକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥିଲା।

The post ରାସ୍ତାରେ ଯାଉଯାଉ ଟଳି ପଡ଼ିଲେ ମାଲିକ, ପୋଷା କୁକୁର ଏପରି ବଞ୍ଚାଇଲା ଜୀବନ first appeared on Sambad.

from ବିଶେଷ | Sambad https://ift.tt/3mOtr8e

Post a Comment

0 Comments