
ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ଘଟିଛି ଏକ ଭୟଙ୍କର ଘଟଣା। ଏକ ପରିବାରର କପଡ଼ା ଡ୍ରାୟର୍ ମେସିନ୍ରୁ ଏକ ମୃତ ବିଷଧର ସାପ ଉଦ୍ଧାର ହୋଇଛି। ପରିବାର ଲୋକ ଯେତେବେଳେ ମେସିନ୍ ନ ଚାଲିବାର ଦେଖିଲେ ସେମାନେ ସେତେବେଳେ ଜଣେ ମେକାନିକଙ୍କୁ ତାଙ୍କ ଘରକୁ ଡାକି ଆଣିଲେ। ମେକାନିକ ଜଣକ ମେସିନ୍ ଖୋଲି ଦେଖିବା ପରେ ଭିତରେ ଏକ ମଲା ସାପ ଦେଖିବାକୁ ମିଳିଥିଲା।
ସାପଟି ମେସିନ୍ରେ ପଶି ଯାଇଥିବାରୁ ଜାମ୍ ହୋଇ ମେସିନ୍ ଅଚଳ ହୋଇ ଯାଇଥିଲା। ମେକାନିକ ଜଣକ ପ୍ରଥମେ ମେସିନ୍ ଭିତରେ ସାପକୁ ଦେଖି ଅଟକି ଯିବା ସହ ଟିକେ ପଛକୁ ପଳାଇ ଆସିଥିଲେ। ତା’ପରେ ସେ ମେସିନ୍ ମଧ୍ୟରୁ ମୃତ ସାପକୁ ଉଦ୍ଧାର କରିଥିଲେ।
ମେସିନ୍ ଭିତରେ ସାପ ପ୍ରବେଶ କରିବା ଏକ ସାଧାରଣ କଥା। ମେସିନରେ ଏକ ଗ୍ରେଡ୍ ଲାଗିଥାଏ, ଯାହାକି ସାପ ଓ ଅନ୍ୟାନ୍ୟ ଜନ୍ତୁଙ୍କୁ ମେସିନ୍ ଭିତରୁ ଯିବାରୁ ରୋକେ। ମାତ୍ର ଫ୍ଲୋରିଡାର ସେହି ପରିବାରର ମେସିନ୍ରେ ସେପରି କିଛି ନ ଥିବା କାରଣରୁ ଏପରି ଘଟିଛି ବୋଲି ମେକାନିକ ମତ ରଖିଛନ୍ତି। ସାପଟି କାହାର କିଛି କ୍ଷତି ନଘଟାଇ ମେସିନ୍ ଭିତରେ ହିଁ ମରି ଯାଇଥିବାରୁ ପରିବାର ଲୋକ ଆଶ୍ବସ୍ତ ହୋଇଛନ୍ତି।
The post କପଡ଼ା ଡ୍ରାୟର୍ରୁ ବାହାରିଲା ବିଷଧର ସାପ ! ଛାନିଆରେ ଚମକି ପଡ଼ିଲେ ମେକାନିକ୍ first appeared on Sambad.from ବିଶେଷ | Sambad https://ift.tt/3cs7bxq
0 Comments