ଚେସ୍‌ର ଇତିବୃତ୍ତ

ସାପ-ଶିଡ଼ି ଭଳି ଚେସ୍‌ ବା ସତର˚ଜ ଖେଳର ଉତ୍ପତ୍ତି ମଧୢ ଏଇ ଭାରତରେ। ‘ରାମାୟଣ’ ମହାକାବ୍ୟରେ ଏହି ଖେଳର ଉଲ୍ଲେଖ ରହିଛି। ପତ୍ନୀ ମନ୍ଦୋଦରୀଙ୍କ ମନୋର˚ଜନ ପାଇଁ ଲଙ୍କାର ଅଧିପତି ରାବଣ ଏହି ଖେଳ ଉଦ୍ଭାବନ କରିଥିଲେ। ମନ୍ଦୋଦରୀଙ୍କୁ ସେ ନିଜେ ଖେଳ ଶିଖାଇଥିଲେ। ପୁଣି, ବିଧିବଦ୍ଧ ଭାବେ ଯେଉଁ ଦିନ ପ୍ରଥମ ଥର ପାଇଁ ସେ ମନ୍ଦୋଦରୀଙ୍କ ସହ ଖେଳିଥିଲେ, ପରାଜିତ ହୋଇଥିଲେ। ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀରେ ରଚିତ ବିଶ୍ବର ପ୍ରଥମ ରାଜନୈତିକ ଗ୍ରନ୍ଥ କୌଟିଲ୍ୟ ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’ରେ ମଧୢ ଏହାର ଉଲ୍ଲେଖ ଅଛି। ଚାଣକ୍ୟ ଏହାକୁ ‘ଚତୁରଙ୍ଗ’ ଭାବେ ନାମିତ କରିଥିଲେ। ତାଙ୍କ ଭାଷାରେ ଏହା ଯୁଦ୍ଧ-କୌଶଳର ଖେଳ। ପରେ ଅଫଗାନିସ୍ତାନ ଦେଇ ଚେସ୍‌ ଭାରତରୁ ଯାଇଥିଲା ପର୍ସିଆ। ଅରବର ଲୋକେ ଏହା ଶିଖି, ନେଇଥିଲେ ଉତ୍ତର ଆଫ୍ରିକା। ସେଠାରୁ ଏହା ସ୍ପେନ୍‌ ଦେଇ ପ୍ରବେଶ କରିଥିଲା ଇଉରୋପ୍‌କୁ।

ପଞ୍ଚଦଶ ଶତାବ୍ଦୀରେ ସ୍ପେନ୍‌ର ମହାରାଣୀ ପ୍ରଥମ ଇଜାବେଲା, ଆଇବେରିଆ ଦଖଲ କଲା ପରେ ଚେସ୍‌ର ନିୟମରେ ପରିବର୍ତ୍ତନ କରାଇଥିଲେ। ଇଜାବେଲା ଯେଉଁ ନିୟମମାନ ପ୍ରଣୟନ କରିଥିଲେ, ସେହି ଅନୁଯାୟୀ ଆଜି ଆମେ ଚେସ୍‌ ଖେଳୁଛେ। ତାଙ୍କ ସମୟରେ ସ୍ପେନ୍‌ର ରାମିରେଜ୍‌ ଡି ଲିଉସିନା, ଚେସ୍‌ର କୌଶଳ ସ˚ପର୍କରେ ପ୍ରଥମ ବହି ରଚନା କରିଥିଲେ। ରୁଷିଆକୁ ଚେସ୍‌ ଯାଇଥିଲା ବହୁତ ପରେ। ତେବେ, ଏହି ରାଷ୍ଟ୍ର ଲମ୍ବା ସମୟ ଧରି ବି˚ଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ବିଶ୍ବ ସ୍ତରୀୟ ଖେଳାଳି ଦେଇଚାଲିଥିଲା ଏବ˚ ବିଭିନ୍ନ ବଡ଼ ବଡ଼ ଟୁର୍ନାମେଣ୍ଟ୍‌ର ଟାଇଟଲ୍‌ମାନ ନେଇଚାଲିଥିଲା। ନୂତନ ଶତାବ୍ଦୀରେ ଭାରତୀୟ ଖେଳାଳିଙ୍କ ଅଭ୍ୟୁଦୟ ସହ ଚେସ୍‌ ଟାଇଟଲ୍‌ଗୁଡ଼ିକ ନିଜର ଜନ୍ମସ୍ଥାନ ଭାରତକୁ ଫେରିବାରେଲାଗିଛି।

The post ଚେସ୍‌ର ଇତିବୃତ୍ତ first appeared on Sambad.



from ବିଶେଷ – Sambad https://ift.tt/3l0ihw5

Post a Comment

0 Comments