
କୋଲକାତା: ସୋସିଆଲ ମିଡିଆରେ ଜଣେ ଝିଅର ବିଦାୟୀ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ବିବାହ ପରେ ନବବଧୂଙ୍କୁ କାର ଚାଳକଙ୍କ ସିଟରେ ବସିଥିବା ଦେଖିବାକୁ ମିଳିଛି। ସେ ବରକୁ ନିଜ ପାଖରେ ବସାଇ କାର ଚଲାଇ ଶାଶୁଘର ପର୍ଯ୍ୟନ୍ତ ନେଇ ଯାଇଥିଲେ।
କୋଲକାତାର ସ୍ନେହା ସିନ୍ଧି ଓ ସ୍ୱାଗତ ଉପାଧ୍ୟୟଙ୍କ ମଧ୍ୟରେ ୮ ବର୍ଷ ତଳୁ ସମ୍ପର୍କ ରହିଥିଲା। ଗତମାସରେ ଏହି ସମ୍ପର୍କର ସୁଖଦ ଅନ୍ତ ହୋଇଥିଲା। ଦୁହିଁଙ୍କ ବିବାହ ବେଦୀରେ ହାତଗଣ୍ଠି ପଡ଼ିଥିଲା। ବ୍ରାହ୍ମଣର ମନ୍ତ୍ର ଉଚ୍ଚାରଣରେ, ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ସାଜିଲେ ସ୍ୱାମୀସ୍ତ୍ରୀ। ଏହାପରେ ଆସିଲା ବିଦାୟୀ ବେଳା। ଏଥିରେ କିନ୍ତୁ ଦେଖିବାକୁ ମିଳିଲା ବ୍ୟତିକ୍ରମ।
View this post on Instagram
ବର-ବଧୂ ଘର ବାହାରକୁ ଆସିଥିଲେ। ଏହି ସମୟରେ ବଧୂ କାର ଚାଳକ ସିଟରେ ବସି ବରଙ୍କୁ ପାଖ ସିଟରେ ବସାଇଥିଲେ। ଆଉ ସମସ୍ତଙ୍କୁ ଖୁସିରେ ହାତ ହଲାଇ ସ୍ନେହ ଜଣାଇ କାର ଚଲାଇ ଶାଶୁଘରକୁ ଚାଲି ଯାଇଥିଲେ। ସ୍ନେହା ସିନ୍ଧି ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ପୋଷ୍ଟ କରିଥିଲେ ଯାହାକି ଭାଇରାଲ ହେବାରେ ଲାଗିଛି।
The post ବାପ ଘରୁ ବିଦା ହୋଇ ଶାଶୁଘରକୁ ନିଜେ କାର ଚଲାଇ ଗଲେ ନବବଧୂ first appeared on Sambad.from ବିଶେଷ | Sambad https://ift.tt/3cwKB6Q
0 Comments