ଫୋର୍ବସର ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି: ୧୦୦ ମହିଳାଙ୍କ ମଧ୍ୟରେ ୪ ଜଣ ଭାରତୀୟ

ନୂଆଦିଲ୍ଲୀ: ବଦଳୁଥିବା ଦୁନିଆ ସାଙ୍ଗକୁ ମହିଳାମାନେ ଏବେ ସବୁ କ୍ଷେତ୍ରରେ ଆଗକୁ ବଢୁଛନ୍ତି | ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବାବେଳେ ଆଜି ଆମେ ଆପଣଙ୍କୁ ଏମିତି ୪ ଜଣ ଭାରତୀୟ ମହିଳାଙ୍କ ବାବଦରେ କହିବୁ ଯେଉଁମାନଙ୍କର ନାମ ଫୋର୍ବସ ମାଗାଜିନର ଟପ-୧୦୦ ତାଲିକାରେ ସ୍ଥାନ ପାଇଛନ୍ତି |

ନିର୍ମଳା ସୀତାରମଣ
ଏହି ତାଲିକାର ଶୀର୍ଷରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ରହିଛି, ଯିଏ ଫୋର୍ବସ୍ ୨୦୨୦ ତାଲିକାରେ ୪୧ ତମ ସ୍ଥାନରେ ଅଛନ୍ତି | ସୀତାରମଣ ହେଉଛନ୍ତି ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ। ସେ ମେ ୨୦୧୯ ରେ ଅର୍ଥମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଜାତୀୟ ମହିଳା ଆୟୋଗର ସଦସ୍ୟ ଥିବା ନିର୍ମଳା ସୀତାରମଣ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।

ରୋଶନୀ ନାଦାର ମାଲହୋତ୍ରା
ଟେକ୍ କମ୍ପାନୀ ଏଚସିଏଲର ଚେୟାରମ୍ୟାନ୍ ରୋଶନୀ ନାଦାର ମାଲହୋତ୍ରାଙ୍କୁ ଫୋର୍ବସ୍ ୨୦୨୦ ତାଲିକାରେ ୫୫ ତମ ସ୍ଥାନ ମିଳିଛି । ତେବେ, ୨୦୧୯ ମସିହାରେ, ସେ ଏହି ତାଲିକାରେ ୫୪ ତମ ସ୍ଥାନରେ ରହିଥିଲେ | ରୋଶନୀଙ୍କ ବାପା ତଥା ଏଚସିଏଲର ପ୍ରତିଷ୍ଠାତା ଶିବ ନାଦାର ଜୁଲାଇ ୨୦୨୦ ରେ ତାଙ୍କର ଏକମାତ୍ର ଝିଅଙ୍କୁ ଏଚସିଏଲର ଦାୟିତ୍ୱ ଦେଇଥିଲେ। ଏଚସିଏଲ ର ସିଇଓ ହେବା ପୂର୍ବରୁ ରୋଶନୀ, ଶିବ ନାଦାର ଫାଉଣ୍ଡେସନର ଟ୍ରଷ୍ଟି ଭାବରେ କାର୍ଯ୍ୟ କରୁଥିଲେ। ରୋଶନୀ ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମହିଳା ମଧ୍ୟ ହୋଇପାରିଛନ୍ତି |

କିରଣ ମଜୁମଦାର ଶ
ଭାରତର ଅଗ୍ରଣୀ ବାଓଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋକନ୍ ର ପ୍ରତିଷ୍ଠାତା କିରଣ ମଜୁମଦାର ଶ ଫୋର୍ବସ୍ ୨୦୨୦ ତାଲିକାରେ ୬୮ତମ ସ୍ଥାନ ପାଇଛନ୍ତି। ୧୯୭୮ ରେ ଆୟର୍ଲାଣ୍ଡର ବାୟୋକନ୍ କେମିକାଲ୍ସ ଲିମିଟେଡରେ ଟ୍ରେନିଂ ମ୍ୟାନେଜର ଭାବରେ ଯୋଗ ଦେଇଥିଲେ | ଆଉ ସେହିବର୍ଷ ଭାରତର ବାଙ୍ଗାଲୋରରେ ସେ ନିଜର କମ୍ପାନୀ ଆରମ୍ଭ କରିଥିଲେ | ଡିସେମ୍ବର ୧୬, ୨୦୨୦ ରେ, ଫୋର୍ବସ, କିରଣଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୪୭ ମିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରିଥିଲା।

ରେନୁକା ଜଗତିୟାନି
ରେନୁକା ଜଗତିୟାନି ଲ୍ୟାଣ୍ଡମାର୍କ ଗ୍ରୁପ୍ ର ମୁଖ୍ୟ ଥିବାବେଳେ ସେ ଫୋର୍ବସ୍ ୨୦୨୦ ତାଲିକାରେ ୯୮ ତମ ସ୍ଥାନ ପାଇଛନ୍ତି। ଲ୍ୟାଣ୍ଡମାର୍କ ଗ୍ରୁପ୍ ହେଉଛି ଦୁବାଇରେ ପ୍ରତିଷ୍ଠା ହୋଇଥିବା ଏକ ବହୁରାଷ୍ଟ୍ରୀୟ କମ୍ପାନୀ | ଲ୍ୟାଣ୍ଡମାର୍କ ଗ୍ରୁପ ରିଟେଲ ପୋଷାକ, ଚପଲ, ଇଲେକ୍ଟ୍ରୋନିକ୍, ପ୍ରସାଧନ ସାମଗ୍ରୀ ଇତ୍ୟାଦି ବିକ୍ରି କରିଥାଏ | ୧୯୭୩ ରେ ରେନୁକାଙ୍କ ସ୍ୱାମୀ ମିକ୍କି ଜଗତିୟାନିଙ୍କ ଦ୍ୱାରା ଲ୍ୟାଣ୍ଡମାର୍କ ଗ୍ରୁପ ପ୍ରତିଷ୍ଠା କରାଯାଇଥିଲା | ରେନୁକା ନିଜର କଠିନ ପରିଶ୍ରମ ଦ୍ୱାରା କମ୍ପାନୀକୁ ସଫଳତାର ଶିଖରରେ ପହଞ୍ଚାଇଛନ୍ତି | ଆଜି ଲ୍ୟାଣ୍ଡମାର୍କ ଗ୍ରୁପ ବିଶ୍ୱର କୋଣ ଅନୁକୋଣରେ ଏକ ପ୍ରତିଷ୍ଠିତ କମ୍ପାନୀ ଭାବରେ ବେଶ ଜଣାଶୁଣା |

The post ଫୋର୍ବସର ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି: ୧୦୦ ମହିଳାଙ୍କ ମଧ୍ୟରେ ୪ ଜଣ ଭାରତୀୟ first appeared on Sambad.



from ବିଶେଷ – Sambad https://ift.tt/3v0PRqr

Post a Comment

0 Comments