
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭିଡିଓ ସବୁ ପୋଷ୍ଟ ହୋଇଥାଏ ଯାହାକୁ ଦେଖିଲେ ବାସ୍ତବରେ ଏମିତି ଘଟଣା ଘଟି ଥାଇପାରେ ବୋଲି ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ଶ୍ରେଣୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ପିମ୍ପୁଡ଼ିମାନଙ୍କ ଏକ ଦଳ ସୁନା ଚେନକୁ ଉଠାଇ ନେଇ ଯାଉଥିବା ଦେଖିବାକୁ ମିଳିଛି।
ଏହି ଭିଡିଓକୁ ଆଇପିଏସ ଅଫିସର ଦୀପାଂଶୁ କାବ୍ରା ସେୟାର କରିଛନ୍ତି। ଭିଡିଓ ସେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ସବୁଠାରୁ କ୍ଷୁଦ୍ର ଗୋଲଡ ସ୍ମଗଲର’। ଭିଡିଓରେ ଆପଣ ଦେଖି ପାରୁଥିବେ ଅନେକ ପିମ୍ପୁଡ଼ି ଏକାଠି ହୋଇ ଏକ ସୁନା ଚେନକୁ ଟାଣିଟାଣି ନେଇଯାଉଛନ୍ତି।
Smallest Gold Smugglers!
pic.twitter.com/6kBASYP0si
— Dipanshu Kabra (@ipskabra) March 24, 2021
ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବହୁତ ପସନ୍ଦ କରୁଛନ୍ତି। ପିମ୍ପୁଡ଼ି ସୁନା ଚେନ ଟାଣୁଥିବାର ଭିଡିଓକୁ ୪ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡିଓ ଦେଖି ଲୋକମାନେ ବି ମଜାଳିଆ ପ୍ରତିକ୍ରିୟା ସବୁ ଦେଉଛନ୍ତି।
The post ସୁନା ଚେନ୍ ଉଠାଇ ନେଇଯାଉଥିଲେ ପିମ୍ପୁଡ଼ି ଦଳ, ଆଇପିଏସ୍ କହିଲେ ଏଭଳି କଥା first appeared on Sambad.from ବିଶେଷ | Sambad https://ift.tt/3tOHPzu
0 Comments