
ମୁମ୍ବାଇ: ଚର୍ଚ୍ଚାରେ ମୁମ୍ବାଇର ୧୦୦ବର୍ଷରେ ପାଦ ଥାପିଥିବା ବୃଦ୍ଧା। ନିଜ ଜନ୍ମଦିନର କେକ୍ କାଟିବା ସହ କରୋନାର ପ୍ରଥମ ଡୋଜ ନେଇଛନ୍ତି ଏହି ୧୦୦ବର୍ଷୀୟ ବୃଦ୍ଧା। ବୃଦ୍ଧାଙ୍କ ନାମ ପାର୍ବତୀ ଖେଦକର ହୋଇଥିବା ବେଳେ ସେ ମାର୍ଚ୍ଚ ୫, ୧୯୨୧ରେ ଜନ୍ମଗ୍ରହଣ କରିଥିଲେ। ଗତକାଲି ତାଙ୍କର ଜନ୍ମଦିନ ଥିବା ବେଳେ ତାଙ୍କୁ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଥିଲା। ଟିକା ନେବା ସହ ସେ ନିଜ ଜନ୍ମଦିନର କେକ୍ କାଟିଥିଲେ।
ମହାରାଷ୍ଟ୍ରରେ ବଢ଼ୁଥିବା କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ବରିଷ୍ଠ ନାଗରିକମାନଙ୍କୁ ମାର୍ଚ୍ଚ ୧ରୁ ସାରା ଦେଶରେ କରୋନା ଟିକା ଦିଆଯିବା ଆରମ୍ଭ ହୋଇଛି। ଭାରତରେ ଏପର୍ଯ୍ୟନ୍ତ ୧.୯୪ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇସାରିଛି ବୋଲି ଅଧିକାରୀମାନେ କହିଛନ୍ତି। ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ୯୦,୦୫୫ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୨୧ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।
ସଂକ୍ରମଣ ବଢ଼ୁଥିବାରୁ ତିନି ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଦଳ ଦୁଇ ଦିନ ଧରି ରାଜ୍ୟ ଗସ୍ତରେ ଯାଇ ମାମଲା ବୃଦ୍ଧି ହେବାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ଦଳ ଜାଣିବାକୁ ପାଇଥିଲା ଯେ, କୋଭିଡ-ଉପଯୁକ୍ତ ଆଚରଣ, ସୁପର-ସ୍ପ୍ରେଡର୍, ବିବାହରେ ସମାବେଶ ତଥା ସମ୍ପ୍ରତି ଗ୍ରାମପଞ୍ଚାୟତ ନିର୍ବାଚନ ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ କରୋନା କଟକଣା ନମାନିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।
The post ନିଜର ୧୦୦ତମ ଜନ୍ମଦିନରେ କରୋନା ଟିକାର ପ୍ରଥମ ଡୋଜ ନେଲେ ଏହି ବୃଦ୍ଧା, ଭାଇରାଲ ହେଲା ଫଟୋ first appeared on Sambad.
from ବିଶେଷ – Sambad https://ift.tt/2MSlLnT
0 Comments