
ଆଜକୁ ପ୍ରାୟ ଚଉରାଅଶୀ ବର୍ଷ ତଳେ ବଲ୍ଟିକ୍ ସାଗର ଅନ୍ତର୍ଗତ ଜର୍ମାନିର ବୃହତ୍ତମ ଦ୍ବୀପ ରୁଗେନ୍ରେ ସ୍ବୈର-ଶାସକ ଆଡୋଲ୍ଫ ହିଟ୍ଲର ଏକ ବିଶାଳ ହୋଟେଲ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଥିଲେ। ନିର୍ମାଣ ଶେଷ ହୋଇପାରିଥିଲେ, ସେଇଟି ବିଶ୍ବର ବୃହତ୍ତମ ହୋଟେଲ୍ର ମାନ୍ୟତା ପାଉଥାଆନ୍ତା। କାରଣ ସେଥିରେ ମୋଟ ଦଶ ହଜାର ପ୍ରକୋଷ୍ଠ ତିଆରି ନିମନ୍ତେ ଯୋଜନା ହୋଇଥିଲା। ୧୯୩୬ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନାମ ରଖାଯାଇଥିଲା- ପ୍ରୋରା।
ବେଳାଭୂମିରେ ନିର୍ମାଣ କାର୍ଯ୍ୟ ସାଢ଼େ ଚାରି କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା। ସବୁଗୁଡ଼ିକ ପ୍ରକୋଷ୍ଠ ସାଗର-ମୁହାଁ କରିବାର ବ୍ୟବସ୍ଥା ହୋଇଥିଲା। ୧୯୩୯ରେ ହିଟ୍ଲରଙ୍କ ନାଜି ବାହିନୀ ପୋଲା˚ଡ୍ ଆକ୍ରମଣ କରିବା ସହ ଦ୍ବିତୀୟ ବିଶ୍ବ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ତେଣୁ, ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରଖାଯାଇଥିଲା। ଯୁଦ୍ଧ କାଳରେ ତଥା ଯୁଦ୍ଧ ପରେ ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରୋରୋକୁ ମୁଖ୍ୟତଃ ସାମରିକ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା। କିଛି ବର୍ଷ ହେଲା ଏହାର କିଛି ଅ˚ଶକୁ ଅତିଥି-ପର୍ଯ୍ୟଟକଙ୍କ ନିମନ୍ତେ ବ୍ୟବହାର କରାଯାଉଛି। ଲୋକ-ମୁଖରେ ଏବର ନାମ ‘ହିଟ୍ଲର ହୋଟେଲ୍’।
The post ହିଟ୍ଲର ହୋଟେଲ୍ first appeared on Sambad.
from ବିଶେଷ – Sambad https://ift.tt/3eDAi2f
0 Comments