ଟ୍ବିଟର୍‌ରେ ବୁଲୁଛି ହାତୀର ପ୍ୟାଣ୍ଟ୍‌-ସାର୍ଟ ପିନ୍ଧା ଫଟୋ, ଭାଇରାଲ୍‌ କରିଛନ୍ତି ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କିଛି ଦିନ ଅନ୍ତରରେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ କିଛି ନା କିଛି ମଜାଦାର ପୋଷ୍ଟ୍‌ ନିଶ୍ଚୟ କରିଥାନ୍ତି। ନିକଟରେ ସେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ହାତୀର ଫଟୋ ପୋଷ୍ଟ୍‌ କରି ସେଥିରେ ‘ଅବିଶ୍ବସନୀୟ ଭାରତ’ ବୋଲି ଲେଖିଛନ୍ତି। ସେ ହାତୀର ଯେଉଁ ଫଟୋଟି ଟ୍ବିଟ୍‌ରରେ ସେୟାର୍‌ କରିଛନ୍ତି ସେଥିରେ ହାତୀଟି ପ୍ୟାଣ୍ଟ୍‌, ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି।

ଫଟୋଟିରେ ହାତୀଟି ଧଳା ରଂଗର ପ୍ୟାଣ୍ଟ୍‌ ଉପରେ କଳା ରଂଗର ବେଲ୍‌ଟ ବାନ୍ଧିଛି। ସେଥିରେ ପୁଣି ବାଇଗଣୀ ରଂଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଆନନ୍ଦ ମହିନ୍ଦ୍ରାଙ୍କର ଏହି ପୋଷ୍ଟ୍‌ଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପୋଷ୍ଟ୍‌ଟିକୁ କିଛି ସମୟ ମଧ୍ୟରେ ୩୦୦୦ ଲାଇକ୍‌ ମିଳିଥିବା ବେଳେ କମେଣ୍ଟ୍‌ ସେକ୍ସନରେ ମଜାଦାର କମେଣ୍ଟ୍‌ ସବୁ ଦେଖିବାକୁ ମିଳିଥିଲା।

ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ହାତୀଟି ଏହି ପୋଷାକରେ ସହଜ ଅନୁଭବ କରୁଛି ତ?’ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ପ୍ରଥମ ଥର ପାଇଁ ଏକ ହାତୀକୁ ପ୍ୟାଣ୍ଟ୍‌ ପିନ୍ଧିଥିବାର ଦେଖିବାକୁ ପାଇଲି’।

The post ଟ୍ବିଟର୍‌ରେ ବୁଲୁଛି ହାତୀର ପ୍ୟାଣ୍ଟ୍‌-ସାର୍ଟ ପିନ୍ଧା ଫଟୋ, ଭାଇରାଲ୍‌ କରିଛନ୍ତି ଆନନ୍ଦ ମହିନ୍ଦ୍ରା first appeared on Sambad.



from ବିଶେଷ – Sambad https://ift.tt/3bc6SpY

Post a Comment

0 Comments