
କଟକ : କଟକ ଷ୍ଟେସନ ଦେଇ ପୂର୍ବରୁ ୯୦ ଯୋଡ଼ା ଏକ୍ସପ୍ରେସ୍ ଟ୍ରେନ୍ ଆଉ ୯୪ଟି ଡିଏମୟୁ, ପାସେଞ୍ଜର ଟ୍ରେନ୍ ଚଳାଚଳ କରୁଥିବାବେଳେ ଏବେ ଏହି ସଂଖ୍ୟା ରହିଛି ଯଥାକ୍ରମେ ୧୭ ଓ ଶୂନ। ଯେଉଁଠି ଦୈନିକ ହାରାହାରି ୧୫ରୁ ୨୦ ହଜାର ଯାତ୍ରୀ ଯାତାୟାତ କରୁଥିଲେ ସେଠି ଏବେ ସଂଖ୍ୟା ୪ ହଜାର ଟପୁନି। ଅର୍ଥାତ ଏଯାଏ କଟକ ରେଳ ଷ୍ଟେସନ୍ର ସ୍ବାଭାବିକ ହୋଇପାରିନି ଟ୍ରେନ୍ ଚଳାଚଳ।
ସୂଚନା ମୁତାବକ କରୋନା ପାଇଁ ମୋଟ ୩ ହଜାର ୩୧୨ ଜଣ ଏକ୍ସପ୍ରେସ୍ ଟ୍ରେନ୍ ଯାତ୍ରୀଙ୍କ ଟିକଟ୍ ବାତିଲ୍ ହୋଇଥିଲା। ମୋଟ ୧୭ ଲକ୍ଷ ୭୪ ହଜାର ୧୬୫ ଟଙ୍କାର ଟିକଟ ଅର୍ଥ କଟକ ରେଳବାଇ ପକ୍ଷରୁ ଫେରସ୍ତ କରାଯାଇଥିଲା। ମାର୍ଚ୍ଚ ୨୧ ପରଠାରୁ କଟକଣା ବଢ଼ିବାରୁ ରିଜର୍ଭେସନ୍ କାଉଣ୍ଟର ବନ୍ଦ କରି ଦିଆଯାଇଥିଲା। ମାର୍ଚ୍ଚ ୨୩ ତାରିଖରେ କଟକ ରେଳ ଷ୍ଟେସନର ଉଭୟ ୧ ଓ ୨ ନମ୍ବର ଗେଟ୍ ସିଲ୍ କରି ଦିଆଯାଇଥିଲା। ଜୁନ୍ ୧ ତାରିଖଠାରୁ ୧୦ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିବା ବେଳେ ଏବେ ଟ୍ରେନ୍ ସ˚ଖ୍ୟା ଦୈନିକ ପ୍ରାୟ ୧୭ ଯୋଡ଼ାରେ ପହଞ୍ଚିଲାଣି। କରୋନା ପୂର୍ବରୁ ସାଧାରଣ ଦିନମାନଙ୍କରେ କଟକ ରେଳ ଷ୍ଟେସନ୍ ଦେଇ ୯୦ ଯୋଡ଼ା ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଥିଲା। ଏବେ ମୁଖ୍ୟତଃ ପୁରୁଷୋତ୍ତମ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ୍, ନୀଳାଚଳ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଇତ୍ୟାଦି ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକ ସ୍ପେଶାଲ ଟ୍ରେନ୍ ନାଁରେ ଚଳାଚଳ କରୁଛି। ଦୈନିକ ପ୍ରାୟ ୪ ହଜାରରୁ ଅଧିକ ଯାତ୍ରୀ ଚଳାଚଳ କରୁଛନ୍ତି। ଏକ୍ସପ୍ରେସ୍ ଟ୍ରେନ ବାଦ ଡିଏମ୍ୟୁ ଓ ପାସେଞ୍ଜର ଟ୍ରେନ୍ ପ୍ରାୟ ୯୪ଟି ଚାଲୁଥିଲା। ମାର୍ଚ୍ଚ ୨୨ ତାରିଖ ପରଠାରୁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏବେ କଲିକତାରେ ପାସେଞ୍ଜର ଓ ଡିଏମ୍ୟୁ ଟ୍ରେନ୍ ଚଳାଚଳ କଲାଣି। ତେଣୁ ଆସନ୍ତା ଏପ୍ରିଲ୍ ୧ ତାରିଖଠାରୁ ଏସବୁ ଶ୍ରେଣୀଭୁକ୍ତ ଟ୍ରେନ୍ ଚଳାଚଳ କରିବା ନେଇ ବିଚାରବିମର୍ଶ କରାଯାଉଛି।
କିନ୍ତୁ କରୋନା ସ˚କ୍ରମଣର ସ୍ଥିତିକୁ ଦେଖି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି େରଳ କର୍ତ୍ତୃପକ୍ଷ କହିଛନ୍ତି।
The post ସ୍ବାଭାବିକ ହୋଇନି କଟକ ରେଳ ଷ୍ଟେସନ : ପାସେଞ୍ଜର୍ ଟ୍ରେନ୍ ଚଳାଚଳ ବନ୍ଦ ପାଇଁ ଦୁର୍ଦ୍ଦଶା, ଗ୍ରିନ୍ ସିଗ୍ନାଲ୍କୁ ଅପେକ୍ଷା first appeared on Sambad.
from ବିଶେଷ – Sambad https://ift.tt/3ewjGJT
0 Comments