ଅନଲାଇନ ପାଠପଢ଼ାରେ ସାମିଲ ହୋଇ ପାରୁ ନଥିଲେ ଗରିବ ପିଲା ଶିକ୍ଷକ ସ୍କୁଟିରେ ତିଆରି କଲେ ଲାଇବ୍ରେରି

ସାଗର: କରୋନା ସଂକ୍ରମଣ ଯୋଗୁ ଦେଶର ବହୁ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି। ପିଲାମାନେ ମୋବାଇଲ, ଲ୍ୟାପଟପ ଜରିଆରେ ଅନଲାଇନରେ ପାଠପଢ଼ା ଜାରି ରଖିଛନ୍ତି। ଏପରିସ୍ଥଳେ ସଠିକ ନେଟୱାର୍କ ନହେବା କାରଣରୁ ଗାଁରେ ଥିବା ଛାତ୍ରଛାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଯେପରି ଗରିବ ପିଲାମାନଙ୍କ ପାଠପଢ଼ାରେ କୌଣସି ଅସୁବିଧା ନହୁଏ ତେଣୁ ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ସରକାରୀ ସ୍କୁଲ ଶିକ୍ଷକ ଚନ୍ଦା ଶ୍ରୀବାସ୍ତବ ନିଜ ସ୍କୁଟିକୁ ଚଳନ୍ତା ଲାଇବ୍ରେରି କରି ଦେଇଛନ୍ତି।

ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଗାଁଗାଁ ବୁଲି ଶିକ୍ଷକ ଚନ୍ଦା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହିତ ପାଠ୍ୟକ୍ରମ ସହିତ ଜଡ଼ିତ ସମସ୍ତ ପୁସ୍ତକ ଅନ୍ୟ ଆବଶ୍ୟକ ବହି ନିଜ ସ୍କୁଟିରେ ଖଞ୍ଜିଛନ୍ତି।

ଶିକ୍ଷକ ସିଏଚ ଶ୍ରୀବାସ୍ତବଙ୍କ କହିବାନୁସାରେ, ଏହି ଲାଇବ୍ରେରୀ ସହିତ ଅଧିକାଂଶ ଗ୍ରାମୀଣ ଅଞ୍ଚଳରେ ଗରିବ ପିଲା କିପରି ଜଡ଼ିତ ରହିବେ ସେ ଲକ୍ଷ୍ୟ ରହିଛି। ଯେଉଁ ପିଲାମାନେ ଆର୍ଥିକ ଅଭାବରୁ ଫୋନ କିମ୍ବା ଲାପଟପ କିଣି ପାରି ନାହାନ୍ତି। ଯାହାଫଳରେ ସେମାନଙ୍କୁ ଅନଲାଇନରେ ପାଠପଢ଼ିବାରେ ବହୁ ସମସ୍ୟା ଦେଖା ଦେଇଛି। ଏସବୁକୁ ଦୃଷ୍ଟିରେ ରଖି ଏଭଳି ସ୍କୁଟି ଲାଇବ୍ରେରି ତିଆରି କରାଯାଇଛି। ଯାହା ଦ୍ବାରା ଗରିବ ପିଲାଙ୍କୁ ପାଠପଢ଼ିବାରେ ସୁବିଧା ହୋଇ ପାରିବ।
ଚନ୍ଦ୍ରାଙ୍କ ଏହି ପ୍ରୟାସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ଅନଲାଇନ ପାଠପଢ଼ାରେ ସାମିଲ ହୋଇ ପାରୁ ନଥିଲେ ଗରିବ ପିଲା ଶିକ୍ଷକ ସ୍କୁଟିରେ ତିଆରି କଲେ ଲାଇବ୍ରେରି first appeared on Sambad.

from ବିଶେଷ | Sambad https://ift.tt/3u61TOi

Post a Comment

0 Comments