ବେଙ୍ଗାଲୁରୁରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ଜନ୍ମିଲା ଶିଶୁକନ୍ୟା

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନ ମଧ୍ୟରେ ଜଣେ ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଚଳନ୍ତା ବିମାନ ମଧ୍ୟରେ ଅଚାନକ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଜଣେ ଡାକ୍ତରଙ୍କ ସହାୟତାରେ ବିମାନରେ ଥିବା କ୍ରିୟୁ ମେମ୍ବରମାନେ ମହିଳାଙ୍କର ପ୍ରସବ କରାଇଛନ୍ତି। ଇଣ୍ଡିଗୋ ସୂତ୍ରରୁ ପ୍ରକାଶ ପାଇଛି ଯେ ଜୟପୁର ବିମାନବନ୍ଦରକୁ ଏକ ଆ‌ମ୍ବୁଲାନ୍ସ ସହ ଜଣେ ଡାକ୍ତରଙ୍କ ବନ୍ଦୋବସ୍ତ କରିବାକୁ ପୂର୍ବରୁ ସୂଚୀତ କରାଯାଇଥିଲା।

ଇଣ୍ଡିଗୋ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି କି ବେଙ୍ଗାଲୁରୁରୁ ଜୟପୁର ଯାଉଥିବା ଚଳନ୍ତା ବିମାନ ଇଣ୍ଡିଗୋ ୬ଇ ୪୬୯ରେ ମଝି ଆକାଶରେ ଏକ ଶିଶୁ କନ୍ୟା ଜନ୍ମଲାଭ କରିଛି। ଶିଶୁକୁ ପ୍ରସବ କରିବାରେ ସାହାଯ୍ୟ କରିଥିବା ଡ ଡକ୍ଟର ସୁବାହାନା ନାଜିରଙ୍କୁ ଆରାଇଭାଲ୍ ହଲରେ ସ୍ୱାଗତ କରାଯାଇଥିଲା ଏବଂ ଆମ ଜୟପୁର କର୍ମଚାରୀମାନେ ତାଙ୍କୁ ଏକ ଧନ୍ୟବାଦ କାର୍ଡ ପ୍ରଦାନ କରିଥିଲେ। ଆମ କର୍ମଚାରୀମାନେ ଏକ ଉତ୍ତମ ଟିମ୍‌ ୱାର୍କ କରିଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି।

 

The post ବେଙ୍ଗାଲୁରୁରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ଜନ୍ମିଲା ଶିଶୁକନ୍ୟା first appeared on Sambad.

from ବିଶେଷ | Sambad https://ift.tt/38RDyDo

Post a Comment

0 Comments