
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ଭାଇରାଲ ହୋଇଛି। ଏହି ଫଟୋ କେବଳ ଯେ ପଶୁପ୍ରେମୀଙ୍କୁ ପସନ୍ଦ ଆସୁଛି ତାହା ନୁହେଁ, ଯେଉଁ ଲୋକମାନଙ୍କୁ ଲାଗୁଥିଲା କି ମଣିଷପଣିଆ ମରିଯାଇଛି ସେମାନଙ୍କ ହୃଦୟକୁ ବି ସ୍ପର୍ଶ କରୁଛି।
ଏହି ଫଟୋକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ମଙ୍ଗଳବାର ଟୁଇଟ କରିଛନ୍ତି। ଫଟୋ ସହିତ କ୍ୟାପସନର ଲେଖିଛନ୍ତି, ଯେଉଁ ଲୋକଙ୍କ ପାଖରେ କମ୍ ସମ୍ବଳ ଥାଏ ସେମାନେ ହିଁ ଅଧିକ ଦେଇଥାଆନ୍ତି।
People those who have the least gives the mos
pic.twitter.com/6UqBNzpwxx
— Susanta Nanda IFS (@susantananda3) March 30, 2021
ଫଟୋରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଲାଲ ଓ ନୀଳରଙ୍ଗର ପୋଷାକ ପିନ୍ଧି ରାସ୍ତାପାର୍ଶ୍ବରେ ବସିଛନ୍ତି। ତାଙ୍କର ଘର କହିଲେ ଏହି ଫୁଟପାଥ, ଚାଦର ଓ ତକିଆ ଖଣ୍ଡେ। ମୁଣ୍ଡ ଗୁଞ୍ଜିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ପାଖରେ ଘର ନ ଥିବା ବେଳେ ସେ କୁକୁରଙ୍କ ପାଇଁ ନିଜେ ଶୋଉଥିବା ବିଛଣାକୁ ବିଛାଇ ଦେଇଛନ୍ତି। ଏଥିରେ ଦୁଇଟି ବାରବୁଲା କୁକୁର ବିଶ୍ରାମ ନେଉଛନ୍ତି। ଉକ୍ତ ବ୍ୟକ୍ତି ଜଣକ ନିଜେ ନ ଖାଇ କାଳେ କୁକୁର ଦୁଇଟି ଭୋକିଲା ଥିବେ ସେଥିପାଇଁ ପାଇଁ ବିଛଣା ପାଖରେ ଖାଦ୍ୟ ବି ରଖି ଦେଇଛନ୍ତି।
The post ନିଜର ଘର ନ ଥିବା ବେଳେ ବ୍ୟକ୍ତି ଜଣକ ବାରବୁଲା କୁକୁରଙ୍କ ପାଇଁ ବିଛଣା ପାରି ସଜାଡ଼ି ଦେଇଛନ୍ତି ଖାଦ୍ୟ first appeared on Sambad.from ବିଶେଷ | Sambad https://ift.tt/2Oe392u
0 Comments