କୌତୁକିଆ ଦୃଶ୍ୟ : ଭ୍ୟାନରେ ବସି ଯାତ୍ରା କରୁଛି ଗାଈ

ନୂଆଦିଲ୍ଲୀ: ସାଧାରଣତଃ ଗୋରୁମାନଙ୍କୁ ଅନ୍ୟସ୍ଥାନକୁ ନେବା ପାଇଁ ଟ୍ରଲି, ଡାଲା ଅଟୋ ଓ ଟ୍ରକ ଆଦିର ବ୍ୟବହାର କରାଯାଇଥାଏ । କିନ୍ତୁ ସୋସିଆଲ ମିଡିଆରେ ଗାଈର ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ଗାଈକୁ ଏକ ଭ୍ୟାନରେ ବସାଇ ନେଇ ଯାଉଛନ୍ତି । ଆଉ ସେ ନିଜେ ଗାଡ଼ି ପଛରେ ଛିଡା ହୋଇ ଗାଈକୁ ସମ୍ଭାଳୁ ଥିବା ଦେଖିବାକୁ ମିଳୁଛି। ଏହି ହାସ୍ୟାସ୍ପଦ ଭିଡିଓକୁ ଆଇଏଏସ୍ ଅଧିକାରୀ ଅୱନିଶ ଶରଣଙ୍କ ଦ୍ୱାରା ସେୟାର କରାଯାଇଛି ।

ଭିଡିଓରେ ଏହା ଦେଖିବାକୁ ମିଳୁଛି କି ଏକ ୭ଟି ସିଟ ଥିବା କାର ଭିତରୁ ବେକକୁ ବାହାର କରି ଗାଈଟି ଛିଡ଼ା ହୋଇଛି। ଆଉ ଉକ୍ତ କାର ପଛରେ ବ୍ୟକ୍ତି ଜଣକ ଛିଡ଼ା ହୋଇ ଗାଈଟିକୁ ଜଗି ରହିଛନ୍ତି।

ଏହି ଦୃଶ୍ୟକୁ ଉକ୍ତ ଭ୍ୟାନ୍ ପଛରେ ଆସୁଥିବା ଆଉ ଏକ କାରରେ ବସିଥିବା ବ୍ୟକ୍ତି ରେକର୍ଡ କରିଥିଲେ। ଭିଡିଓ ସେୟାର କରିବା ବେଳେ ଅୱନିଶ ଶରଣ କ୍ୟାପସନରେ ଲେଖିଛନ୍ତି, ‘ଏ ପର୍ଯ୍ୟନ୍ତ ସବୁଠାରୁ’ ବଢ଼ିଆ ‘ଜୁଗାଡ’।

ଫେବୃଆରି ୨୭ରେ ସେ ଏହି ଭିଡିଓ ସେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ୨୦୦ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି । ଲୋକମାନେ ଏହି ଭିଡିଓ ଦେଖିବା ପରେ ମଜାଳିଆ ପ୍ରତିକ୍ରିୟା ବି ଦେଇଛନ୍ତି।

The post କୌତୁକିଆ ଦୃଶ୍ୟ : ଭ୍ୟାନରେ ବସି ଯାତ୍ରା କରୁଛି ଗାଈ first appeared on Sambad.



from ବିଶେଷ – Sambad https://ift.tt/3bKZwbY

Post a Comment

0 Comments