ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀ ନିଜ ପ୍ରେମିକଙ୍କୁ ଦେଖି କଲେ ବିବାହ

ନୂଆଦିଲ୍ଲୀ: ବିହାରର କଟିହାରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିବା ଜଣେ ଛାତ୍ରୀ ପ୍ରେମିକଙ୍କୁ ଦେଖି ବିବାହ କରି ନେଇଥିଲେ।

ବିହାରରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବା ପରେ ଗୌରୀ ନାମକ ଜଣେ ଛାତ୍ରୀ ନିଜ ପରିବାର ସଦସ୍ୟଙ୍କ ସହିତ ମାଟ୍ରିକ ପରୀକ୍ଷା ଦେବାକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଫୋନରେ କଥା ହେଉଥିବା ତାଙ୍କ ପ୍ରେମିକ ସହିତ ଭେଟ ହୋଇଯାଇଥିଲା। ଦୁହେଁ ଭଲ ପାଇବାରେ ଏମିତି ଅନ୍ଧ ହୋଇ ଯାଇଥିଲେ କି ପରୀକ୍ଷା କେନ୍ଦ୍ରରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଛାତ୍ର-ଛାତ୍ରୀଙ୍କ ପରିବାର ଏହି ପ୍ରସ୍ଥାବରେ ରାଜି ନଥିବାରୁ ଘଟଣାସ୍ଥଳରେ ହାଏଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା।

प्रेमी को देखते ही कर ली शादी, खूब हुआ ड्रामा

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଳକ ନିତିଶଙ୍କୁ ଥାନାକୁ ନେଇଯାଇଥିଲେ। ନିତିଶଙ୍କୁ ବିବାହ ନକଲେ ଗୌରୀ ଆତ୍ମହତ୍ୟା କରିବେ ବୋଲି ସମସ୍ତଙ୍କୁ ଧମକ ଦେଇଥିଲେ। ଏହାପରେ ପୁଲିସ ଛାତ୍ରଛାତ୍ରୀଙ୍କୁ ଥାନାକୁ ନେଇଯାଇଥିଲା।

ଉଭୟ ସାବାଳକ-ବାଳିକା ଥିବାରୁ ପୁଲିସ ସେମାନଙ୍କ  ବିବାହ ସେଠାରେ ଥିବା ଏକ ମନ୍ଦିରରେ କରିଥିଲା। ଗୌରୀ ମନିହାରୀ ଗୋବାଗାଛିରେ ରହୁଥିବା ବେଳେ ନିତିଶ ବରାରି ଥାନା ଅନ୍ତର୍ଗତ ଗୁଞ୍ଜରା ଗ୍ରାମରେ ରହନ୍ତି। ତେବେ ଦୁହିଁଙ୍କ ଚାରିବର୍ଷ ପୂର୍ବେ ଏକ ଅଜଣା ନମ୍ବରରୁ ପ୍ରଥମେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ।

ବିବାହ ପରେ ବର-କନ୍ୟା ପୁଲିସକୁ ଧନ୍ୟବାଦ ଦେଇଥିବା ବେଳେ ପରୀକ୍ଷା ଦେଇ ପାରି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଆଗାମୀ ବର୍ଷ ଯେମିତି ହେଲେ ଦୁହେଁ ପରୀକ୍ଷା ଦେବେ ବୋଲି ପୁଲିସ ସାମ୍ନାରେ କଥା ଦେଇଥିଲେ। ତେବେ ଦୁହିଁଙ୍କ ପରିବାର ବର୍ଗ ଏହି ବିବାହକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

The post ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରୀ ନିଜ ପ୍ରେମିକଙ୍କୁ ଦେଖି କଲେ ବିବାହ first appeared on Sambad.



from ବିଶେଷ – Sambad https://ift.tt/2NKetCX

Post a Comment

0 Comments