ସେନାରୁ ଅବସର ନେବା ପରେ ଯବାନଙ୍କ ପାଦକୁ ତଳେ ରଖିବାକୁ ନଦେଇ ଗ୍ରାମବାସୀ କଲେ ଏମିତି ସ୍ବାଗତ

ଭୋପାଳ: ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ଜିରନ ଗ୍ରାମରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ୧୭ବର୍ଷ ପରେ  ସେନାରୁ ଅବସର ନେଇ ଗାଁକୁ ଫେରିଥିବା ଯବାନଙ୍କୁ ନିଆରା ଶୈଳୀରେ ସ୍ବାଗତ କରାଯାଇଛି।

ଯବାନ ବିଜୟ ବି ସିଂ ୨୦୦୪ ଜାନୁଆରି ୩ରେ ସେନାରେ ଯୋଗ ଦେଇଥିଲେ। ସେ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେବା ପରେ ଜମ୍ମୁ-କଶ୍ମୀର, କାରଗିଲ, ଲେହ ଲଦ୍ଦାଖ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଜୟପୁର ଓ ବିକାନେରରେ କାମ କରିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ୧୭ବର୍ଷ ୨୬ଦିନ ଦେଶ ପାଇଁ ନିଜର ସେବା ଦେବା ପରେ ତାଙ୍କୁ ଅବସର ମିଳିଥିଲା। ଅବସର ପରେ ଯବାନ ବିଜୟ ବି ସିଂ ଗାଁକୁ ଫେରିବା ଖବର ପାଇବା ପରେ ଗ୍ରାମବାସୀ ସ୍ବତନ୍ତ୍ର ଆୟୋଜନ କରିଥିଲେ।

ଯବାନଙ୍କ ପାଦକୁ ତଳେ ଲଗାଇ ଦେବେ ନାହିଁ ବୋଲି ଗ୍ରାମବାସୀ ଧାଡ଼ିଧାଡ଼ି ହୋଇ ବସିଥିଲେ। ଆଉ ହାତକୁ ତଳେ ରଖିଥିଲେ। ଯବାନ  ବିଜୟ ବି ସିଂ ପ୍ରଥମେ ସମସ୍ତଙ୍କୁ ନମସ୍କାର କରି ଗ୍ରାମବାସୀଙ୍କ ହାତ ଉପରେ ପାଦ ରଖି  ଗ୍ରାମ ଭିତରକୁ ପ୍ରବେଶ କରିଥିଲେ।

ଏହାକୁ ନେଇ ଯବାନ ବିଜୟ ବି ସିଂ କହିଛନ୍ତି, ‘ଗ୍ରାମବାସୀ ମୋତେ ଏଭଳି ସ୍ବାଗତ କରିବେ ମୁଁ ଭାବି ପାରି ନଥିଲି। ଏଭଳି ସ୍ବତନ୍ତ୍ର ଆୟୋଜନ ଦେଖି ମୁଁ ନିଜକୁ ଗର୍ବ ଅନୁଭବ କରୁଛି।

ଯବାନ ବିଜୟ ବି ସିଂ ସେନାକୁ ଯିବାକୁ ଇଚ୍ଛା ରଖିଥିବା ଯୁବକଙ୍କୁ ପ୍ରଶିକ୍ଷଣ ଦେବାକୁ ଚାହାନ୍ତି। ସେ ନିଜର ସହଯୋଗୀଙ୍କ ସହିତ ମିଶି ଏକ ‌‘ସୈନିକ ପାଠଶାଳା’ ଆରମ୍ଭ କରିଛନ୍ତି। ସମ୍ପ୍ରତି ଜିରନ ଗ୍ରାମରୁ ୬୦ଜଣ ଯବାନ ସେନାରେ ନିଜର ସେବା ପ୍ରଦାନ କରୁଛନ୍ତି।’

 

The post ସେନାରୁ ଅବସର ନେବା ପରେ ଯବାନଙ୍କ ପାଦକୁ ତଳେ ରଖିବାକୁ ନଦେଇ ଗ୍ରାମବାସୀ କଲେ ଏମିତି ସ୍ବାଗତ first appeared on Sambad.



from ବିଶେଷ – Sambad https://ift.tt/3tvCVbu

Post a Comment

0 Comments