
ଯୁକ୍ତରାଷ୍ଟ୍ର ଆମେରିକାର କୋଟିପତି ଧନିକ ଉଇଲିଅମ୍ ରାଣ୍ତୋଲ୍ଫ ହର୍ଷ୍ଟ୍ ଥିଲେ ଟେଲିଫୋନ୍ ପାଗଳ। ତାଙ୍କ ପାଇଁ ସର୍ବାଧିକ ସୁଖ ପ୍ରଦାନକାରୀ ଜିନିଷ ଥିଲା ଟେଲିଫୋନ୍। ତାଙ୍କର ଭବ୍ୟ ପ୍ରାସାଦରେ ଏମିତି କୌଣସି ସ୍ଥାନ ନ ଥିଲା, ଯେଉଁଠି ସେ ଟେଲିଫୋନ୍ ରଖି ନ ଥିଲେ। ଆଖି ଯେଉଁ ଆଡ଼େ ଯିବ, ସବୁଠି ଟେଲିଫୋନ୍। ଖାଲି ଘର କାହିଁକି ବାହାରେ ମଧୢ ସେ ଟେଲିଫୋନ୍ ରଖିବାକୁ ଛାଡ଼ି ନ ଥିଲେ।
ବଗିଚା ଭିତରେ, ଗଛ କୋଟରରେ ସୁଦ୍ଧା ରଖିଥିଲେ ଟେଲିଫୋନ୍। ଆଉ କୋଟର ଭିତରେ ଥିବା ଟେଲିଫୋନ୍ ଘଣ୍ଟି ବାଜିଲେ ଜାଣିପାରୁଥିଲେ କେଉଁଠି ବାଜୁଛି! ତାଙ୍କ ପାଟିରୁ ସ୍ବତଃ ବାହାରିପଡ଼ୁଥିଲା- ‘ମଷ୍ଟ୍ ବି ଏ ଟ୍ରଙ୍କ୍ କଲ୍’। ଟେଲିଫୋନ୍ ଶିଳ୍ପରେ ଏକଦା ବହୁଳ ବ୍ୟବହୃତ ହେଉଥିବା ‘ଟ୍ରଙ୍କ୍ କଲ୍’ ଶବ୍ଦଟିର ଉତ୍ପତ୍ତି ଏମିତି ହେଇଥିଲା।
The post ଟ୍ରଙ୍କ୍ କଲ୍ ଶବ୍ଦଟିର ଉତ୍ପତ୍ତି ହେଇଥିଲା ଏମିତି first appeared on Sambad.
from ବିଶେଷ – Sambad https://ift.tt/37Dv7v3
0 Comments