
ଚାଇନାର ୟାଂସି ନଦୀରେ ଥିବା ୩୯୪ଟି ଦ୍ବୀପ ମଧ୍ୟରେ ଗୋଟିଏ ହେଉଛି ହୌତୌଓ୍ୱନ୍। ଏକଦା ଏହା ଥିଲା ବେଶ୍ ସମୃଦ୍ଧ। ମତ୍ସ୍ୟ ଶିକାର ସ୍ଥାନୀୟ ବାସିନ୍ଦାଙ୍କର ମୁଖ୍ୟ ଜୀବିକା ଥିଲା ଏବଂ ସେମାନେ ଯଥେଷ୍ଟ ରୋଜଗାର କରୁଥିଲେ। କ୍ରମେ ମତ୍ସ୍ୟ ସ˚ଖ୍ୟା ହ୍ରାସ ପାଇଲା। ତୀବ୍ର ପ୍ରତିଯୋଗିତା ଯୋଗୁଁ ବ୍ୟବସାୟ ମଧ୍ୟ ମାନ୍ଦା ହେଲା। ସେମାନେ ଜୀବନ-ଜୀବିକା ଅନ୍ବେଷଣରେ ସ୍ଥାନାନ୍ତରଣ ଆରମ୍ଭ କଲେ। କିଛି ବର୍ଷ ଭିତରେ ପୂରା ଦ୍ବୀପ ଜନଶୂନ୍ୟ ହୋଇଯାଇଥିଲା। ପଚାଶ ବର୍ଷରୁ ଅଧିକ କାଳ ହେଲା ମଣିଷ ରହୁ ନ ଥିବା ହୌତୌଵନ୍ର ଅବସ୍ଥା ଏବେ ଏହି ପରି। ସତେ ଯେପରି ପ୍ରକୃତି ସାରା ଦ୍ବୀପକୁ ଗିଳିଦେଇଛି! ପ୍ରକୃତି ଆବେଷ୍ଟନୀରେ ଆବଦ୍ଧ ଦ୍ବୀପଟି ବାର୍ଷିକ ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
The post ପ୍ରକୃତି ଆବେଷ୍ଟନୀରେ ଦ୍ବୀପ first appeared on Sambad.
from ବିଶେଷ – Sambad https://ift.tt/3aXEXIO
0 Comments