‘ଲୁଲୁ’ ନାମରେ ୩୬ କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ମାଲିକ

ନ୍ୟୁୟର୍କ: କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସେଥିପାଇଁ କିଛି ଲୋକ ସେମାନଙ୍କର ପୋଷା କୁକୁରକୁ ପରିବାରର ସଦସ୍ୟ ଭାବରେ ରଖନ୍ତି | ଆପଣ ହୁଏତ କୁକୁର ଏବଂ ମଣିଷ ମଧ୍ୟରେ ବନ୍ଧୁତ୍ୱର ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଆମେରିକାର ନାଶଭିଲ୍ ସହରରୁ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯେଉଁଠି ନିଜର ପୋଷା କୁକୁର ପାଇଁ ଜଣେ ବ୍ୟକ୍ତି ତାଙ୍କର ସମସ୍ତ ସମ୍ପତ୍ତି ଛାଡି ଯାଇଛନ୍ତି | ସୂଚନା ଥାଉ କି ଆମେରିକାର ନାଶଭିଲ୍ ସହରର ଜଣେ ବ୍ୟକ୍ତି ତାଙ୍କ କୁକୁର ପାଇଁ ୫୦ ଲକ୍ଷ ଡଲାର ବା ପ୍ରାୟ ୩୬ କୋଟି ଟଙ୍କା ସମ୍ପତ୍ତି ଛାଡି ଆରପାରିକୁ ଚାଲିଯାଇଛନ୍ତି |

ମାଲିକଙ୍କର ନିଜ କୁକୁର ପ୍ରତି ଥିବା ଏତେ ଭଲପାଇବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ବର୍ତ୍ତମାନ ୩୬ କୋଟି ଟଙ୍କାର ମାଲିକ ହୋଇଥିବା ଏହି କୁକୁରର ନାମ ‘ଲୁଲୁ’ ହୋଇଥିବାବେଳେ କୁକୁରଟି ବର୍ଡ଼ର କୋଲି ପ୍ରଜାତିର ବୋଲି ଜଣାପଡିଛି | ଲୁଲୁର ମାଲିକ ତାକୁ ବହୁତ ଭଲ ପାଉଥିଲେ | ନିଜ ମୃତ୍ୟୁ ପରେ ବି ଯେଭଳି ଲୁଲୁ ର କୌଣସି ଅସୁବିଧା ନ ହୁଏ ସେଥିପାଇଁ ମାଲିକ ଜଣକ ଏଭଳି କରିଛନ୍ତି |

ଲୁଲୁ ର ମାଲିକ ବିଲ ଡୋରିସ ଜଣେ ସଫଳ ବ୍ୟବସାୟୀ ହୋଇଥିବାବେଳେ କୁକୁର ପାଇଁ ୩୬ କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଯାଇଥିବାବେଳେ କୁକୁରର ଦେଖାରଖା କରୁଥିବା ବ୍ୟକ୍ତି ଏହି ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ଇଚ୍ଛାପତ୍ରରେ ଲେଖିଛନ୍ତି | ଗତବର୍ଷ ବିଲ ଡୋରିସଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ବର୍ତ୍ତମାନ ମାର୍ଥା ବଟନ ନାମକ ମହିଳା କୁକୁରର ଦେଖାଶୁଣା କରୁଛନ୍ତି |

The post 'ଲୁଲୁ' ନାମରେ ୩୬ କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ମାଲିକ first appeared on Sambad.



from ବିଶେଷ – Sambad https://ift.tt/2ZdVuDd

Post a Comment

0 Comments