
ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍ ତଳକୁ ପଡ଼ି ଯାଉଥିବା ଜଣେ ଯାତ୍ରୀଙ୍କ ଜୀବନ ଜନୈକା କନଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ହେତୁ ବଞ୍ଚି ଯାଇଛି। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଲୋକମାନେ କନଷ୍ଟେବଳଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ଘଟଣାର ଏକ ଭିଡିଓ ରେଳ ମନ୍ତ୍ରାଳୟର ଅଫିସିଆଲ୍ ଟ୍ୱିଟର ପ୍ରୋଫାଇଲରେ ପୋଷ୍ଟ କରାଯାଇଛି।
ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଲକ୍ଷ୍ମୌ ରେଳ ଷ୍ଟେସନରେ ଜଣେ ମହିଳା କାନ୍ଧରେ ବ୍ୟାଗ ପକାଇ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ତାଙ୍କ ପାଦ ଖସି ଯାଉଛି ଆଉ ସେ ଟ୍ରେନ୍ ଓ ପ୍ଲାଟଫର୍ମ ମଧ୍ୟରେ ଫସି ଯାଉଛନ୍ତି। ଉଠିବାକୁ ଚେଷ୍ଟା କରୁଥିଲେ ବି ସେ ଛିଡ଼ା ହୋଇ ପାରୁ ନାହାନ୍ତି।
ଠିକ ଏହି ସମୟରେ ଦେବଦୂତ ସାଜି ପହଞ୍ଚିଲା ଭଳି ଘଟଣାସ୍ଥଳରେ ଜଣେ ମହିଳା କନଷ୍ଟେବଳ ପହଞ୍ଚି ଉକ୍ତ ଯାତ୍ରୀଙ୍କ ହାତକୁ ଧରି ଟାଣି ଆଣିଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ମହିଳା ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
लखनऊ स्टेशन पर महिला यात्री चलती ट्रेन में चढ़ने का प्रयास करते हुए गिर गई, जिसे ड्यूटी पर तैनात सतर्क कॉन्स्टेबल विनीता कुमारी द्वारा त्वरित कार्रवाई करते हुए सुरक्षित बचा लिया गया।
आप से अनुरोध है की चलती हुई गाड़ी में चढ़ने-उतरने का प्रयास ना करें यह जानलेवा हो सकता है। pic.twitter.com/wLFF87yn0f
— Ministry of Railways (@RailMinIndia) February 23, 2021
ଏଭଳି ସାହାସ ଦେଖାଇ ମହିଳା ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା କନଷ୍ଟେବଳ ନାମ ହେଉଛି ବିନିତା କୁମାରୀ । ସେ ଡ୍ୟୁଟିରେ ନିୟୋଜିତ ଥିବା ବେଳେ ଯାତ୍ରୀଙ୍କୁ ଏଭଳି ଅସୁବିଧାରେ ପଡ଼ିଥିବା ଦେଖି ତାଙ୍କ ଜୀବନ ବଞ୍ଚାଇଥିଲେ।
ଏହି ଭିଡିଓକୁ ରେଳ ମନ୍ତ୍ରାଳୟ ଫେବୃଆରି ୨୩ରେ ସେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏଥିସହିତ ଏହି ଭିଡିଓକୁ ୬୦୦ରୁ ଅଧିକ ଥର ରି-ଟ୍ୱିଟ୍ ବି କରାଯାଇଛି ।
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ବିନିତା କୁମାରୀ ତୁମେ ବହୁତ ଭଲ କାମ କରିଛ। ଅନ୍ୟ ଉପଭୋକ୍ତା ଲେଖିଛନ୍ତି, ‘ଆପଣ ଯେଭଳି ଭାବେ ଯାତ୍ରୀଙ୍କୁ ସାହାଯ୍ୟ କରିଛନ୍ତି ସେଥିପାଇଁ ଧନ୍ୟବାଦ।’
The post ଚଳନ୍ତା ଟ୍ରେନ ତଳକୁ ଖସି ପଡ଼ୁଥିବା ବେଳେ ଯାତ୍ରୀଙ୍କ ହାତ ଧରି ଟାଣି ଆଣିଲେ ମହିଳା କନଷ୍ଟେବଳ first appeared on Sambad.
from ବିଶେଷ – Sambad https://ift.tt/3dIo0W0
0 Comments