ହୃଦୟସ୍ପର୍ଶୀ ଦୃଶ୍ୟ; ଦେଖନ୍ତୁ କିପରି କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମାଲିକଙ୍କୁ ଦେଖି ଆଲିଙ୍ଗନ କରିବାକୁ ଡେଇଁ ପଡ଼ୁଛି କୁକୁର

ନୂଆଦିଲ୍ଲୀ: ମାଲିକ ତାଙ୍କ ପୋଷା କୁକୁରକୁ ଯେତେ ଭଲ ପାଆନ୍ତି, କୁକୁରମାନେ ବି ସେମାନଙ୍କର ମାଲିକମାନଙ୍କୁ ସେତିକି ଆପଣାର କରି ନେଇଥାଅନ୍ତି। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି , ଯଦି ମାଲିକଙ୍କ ଉପରକୁ ବିପଦ ଆସୁଥିବା ପୋଷାକୁକୁର ଜାଣିନିଏ ସେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପଛାଇ ନଥାଏ।  ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଆପଣ ଜାଣିବା ପାରିବେ କି କୁକୁରଟିଏ ତା’ ମାଲିକଙ୍କୁ କେତେ ଭଲ ପାଉଛି।

ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପନସୁ କାବ୍ରା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓ ସହିତ ସେ ବହୁତ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି।  ସେ କ୍ୟାପସନରେ ଲେଖିଛନ୍ତି, # ‌କୋଭିଡ-୧୯ କାରଣରୁ ଅନେକ ଦିନ ପରେ #ଡଗି  ତାର ମାଲିକଙ୍କୁ ଭେଟି ପାରିଛି। ଏହି ମିଳନ ବାସ୍ତବରେ ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଥିଲା।

ଏହି ଭିଡିଓରେ, ଆପଣ ଦେଖିପାରୁଥିବେ କି କିପରି କୁକୁରଟି ଦୌଡ଼ି ଆସି ତା’ର ମାଲିକଙ୍କୁ ଆଲିଙ୍ଗନ କରି ନେଉଛି। ଏଥିସହିତ ଏତେ ଦିନ ପରେ ମାଲିକଙ୍କୁ ଦେଖିବାକୁ ପାଇଥିବାରୁ ସେ ତାଙ୍କୁ ଚାଟିଚାଟି ଭଲ ପାଇବା ବ୍ୟକ୍ତ କରୁଛି।  କିଛି ସମୟ ପରେ ସେ ଅତି ସ୍ନେହରେ ଯାଇ ମାଲିକଙ୍କ କୋଳରେ ବସି ବି ଯାଉଛି।

 

ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ବହୁତ ପସନ୍ଦ ବି କରୁଛନ୍ତି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଥର ଦେଖାଯାଇଛି ଏବଂ ଲୋକମାନେ ଏହା ଉପରେ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ପଶୁ ହୋଇଥିଲେ ମଧ୍ୟ ସମସ୍ତେ ସ୍ନେହ ପାଇଁ ଭୋକିଲା’ । ଅନ୍ୟ ଜଣେବ୍ୟ ବ୍ୟବହାରକାରୀ ଲେଖିଛନ୍ତି- ‘ପ୍ରକୃତ ପ୍ରେମ’ ।

The post ହୃଦୟସ୍ପର୍ଶୀ ଦୃଶ୍ୟ; ଦେଖନ୍ତୁ କିପରି କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମାଲିକଙ୍କୁ ଦେଖି ଆଲିଙ୍ଗନ କରିବାକୁ ଡେଇଁ ପଡ଼ୁଛି କୁକୁର first appeared on Sambad.



from ବିଶେଷ – Sambad https://ift.tt/3uf18Da

Post a Comment

0 Comments