ସ୍ବପ୍ନ ପାଇଁ ବୟସର ଆବଶ୍ୟକତା ନାହିଁ, ପ୍ରମାଣ କରି ଦେଖାଇଲେ ୫୦ ବର୍ଷୀୟା କେରଳୀ ମହିଳା ଜୟଶ୍ରୀ

‌କୋଚି: ସ୍ବପ୍ନ ପାଇଁ କେବେ ବୟସର ଆବଶ୍ୟକତା ନଥାଏ। କେଉଁ ବି ବୟସରେ ସ୍ବପ୍ନ ଦେଖା ଯାଇପାରେ ଆଉ ସେ ସ୍ବପ୍ନକୁ ପୂରଣ ବି କରାଯାଇପାରେ। ତାହା ପ୍ରମାଣ କରି ଦେଖାଇଛନ୍ତି କେରଳର କୁଟିଚାଲ ଗାଁର ବାସିନ୍ଦା ଭି ଜୟଶ୍ରୀ। ୫୦ ବର୍ଷ ବୟସରେ ବି ଜୟଶ୍ରୀ ତାଙ୍କ ଇଚ୍ଛା ଓ ଚେଷ୍ଟା ବଳରେ ଏଲ୍‌ଏଲ୍‌ବି ପରୀକ୍ଷା ଦେଇ କେରଳ ବିଶ୍ବବିଦ୍ୟାଳୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏବେ ସେ ତିରୁବନନ୍ତପୁରମର ଜିଲ୍ଲା କୋର୍ଟରେ ଜୁନିୟର ଓକିଲ ଭାବେ ପ୍ରାକ୍ଟିସ କରୁଛନ୍ତି। ପିଲାଟି ଦିନରୁ ଜଣେ ଓକିଲ ହେବାର ସ୍ବପ୍ନ ଦେଖୁଥିବା ଜୟଶ୍ରୀ ‌ଶେଷରେ ୫୦ ବର୍ଷ ବୟସରେ ନିଜ ସ୍ବପ୍ନକୁ ସାକାର କରି ଦେଖାଇଛନ୍ତି।

ପୂର୍ବରୁ ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଜୟଶ୍ରୀ କୁହନ୍ତି, ‘ମୋର ଧୈର୍ଯ୍ୟ ଓ କଠିନ ପରିଶ୍ରମ ଫଳପ୍ରଦ ହୋଇଛି। ଯେ‌ହେତୁ ପରିବାରର ଆର୍ଥିକ ସ୍ଥିତି ଏତେ ସୁଦୃଢ଼ ନଥିଲା ସ୍ନାତକୋତ୍ତର ପରେ ଏଲ୍‌ଏଲ୍‌ବି କରିବା ପାଇଁ ମୁଁ ସମର୍ଥ ହୋଇନଥିଲି। କାରଣ ମୋତେ ପରିବାରକୁ ବି ଦେଖିବାକୁ ଥିଲା। ବିବାହ ପରେ ବି ମୁଁ କାମ କରି ମୋ ସ୍ବାମୀଙ୍କୁ ବି ସାହାଯ୍ୟ କରୁଥିଲି।’

https://ift.tt/JUEAQD

୨୦୧୭ ମସିହାରେ ଜୟଶ୍ରୀ କେରଳ ଲ ଏକାଡେମିରେ ଏଲ୍‌ଏଲ୍‌ବିରେ ନାମ ଲେଖାଇଥିଲେ। ତାଙ୍କ ସ୍ବାମୀ ସଦାବେଳେ ଚାହୁଁଥିଲେ ଯେ ସେ ପୁଣି ଥରେ ତାଙ୍କ ପଢ଼ା ଆରମ୍ଭ କରନ୍ତୁ ବୋଲି। ଜୟଶ୍ରୀଙ୍କ ଡିୟୁଟି ସଂଧ୍ୟା ୬ଟାରେ ସରିବା ପରେ ସେ କଲେଜ୍‌ ଯାଆନ୍ତି। ତାଙ୍କ ସ୍ବାମୀ ତାଙ୍କ ପାଇଁ ଅପେକ୍ଷା କରନ୍ତି ଓ ରାତି ୯.୩୦ରେ ତାଙ୍କୁ ଘରକୁ ନେଇକି ଆସନ୍ତି।

ବିଶ୍ବ ବିଦ୍ୟାଳୟରେ ତୃତୀୟ ସ୍ଥାନ ଅଧିକାର କରିବା ନେଇ ଜୟଶ୍ରୀ କହନ୍ତି, ‘ଫଳାଫଳ ବାହାରିବାର ୨ ସପ୍ତାହ ପର୍ଯ୍ୟନ୍ତ ମୁଁ ଜାଣିନଥିଲି ଯେ ମୁଁ ତୃତୀୟ ରାଙ୍କ୍‌ରେ ଅଛି ବୋଲି। ମୁଁ ମୋର ଶତ ପ୍ରତିଶତ ଦେଇଥିଲି ମାତ୍ର ଆଶା ନଥିଲା ଯେ ଏପରି ଏକ ଭଲ ରାଙ୍କ୍‌ରେ ରହିବିି ବୋଲି।’

The post ସ୍ବପ୍ନ ପାଇଁ ବୟସର ଆବଶ୍ୟକତା ନାହିଁ, ପ୍ରମାଣ କରି ଦେଖାଇଲେ ୫୦ ବର୍ଷୀୟା କେରଳୀ ମହିଳା ଜୟଶ୍ରୀ first appeared on Sambad.



from ବିଶେଷ – Sambad https://ift.tt/2YJ8Zup

Post a Comment

0 Comments