
ପ୍ରବଳ ଝଡ଼-ବର୍ଷା ହେଲେ ପ୍ରାକୃତିକ ଭାବେ ମାଟି ଧସି ‘ସିଙ୍କ୍-ହୋଲ୍’ ବା ଖାତ ସୃଷ୍ଟି ହେଉଥିବା କିଛି ନୂଆ କଥା ନୁହେଁ। ଗୁଆଟ୍ମାଲା, ଫ୍ଲୋରିଡା ଏବ˚ କୁଇବେକ୍ ଭଳି ସ୍ଥାନରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଅତି ସାଧାରଣ। ଫଟୋରେ ଥିବା ଏହି ବିରାଟକାୟ ସିଙ୍କ୍-ହୋଲ୍ର ଗଭୀରତା ଦୁଇ ଶହ ଫୁଟ୍ ଏବ˚ ବ୍ୟାସ ଶହେ ଫୁଟ୍। କିଛି ବର୍ଷ ତଳେ ଆଗାଥା ନାମକ ବିଷୁବ ମଣ୍ତଳୀୟ ଝଡ଼ ସମଗ୍ର ଗୁଆଟ୍ମାଲାକୁ ଆକ୍ରାନ୍ତ କରିଥିଲା। ପରିଣାମ ସ୍ବରୂପ ଗୁଆଟ୍ମାଲା ସିଟିରେ ମାଟି ଧସି ହଠାତ୍ ସୃଷ୍ଟି ହେଇଥିଲା ଏହି ଗର୍ତ୍ତ। ଏକ ତିନି ମହଲା କୋଠା ଗର୍ତ୍ତରେ ବିଲୀନ ହେଇଯାଇଥିଲା। ମାଟି ତଳେ ଚୂନ ପଥର, ଲବଣ ସ୍ତର ଏବ˚ ଅନ୍ୟ ଦ୍ରବଣୀୟ ପଥର ଥିଲେ, ସିଙ୍କ୍-ହୋଲ୍ ସୃଷ୍ଟି ହୁଏ। ଭୂ-ତଳ ଜଳ, ପଥରର ଦ୍ରବଣୀୟ ଅ˚ଶକୁ ନିଃଶେଷିତ କଲେ, ଭୂଇଁ ତଳେ ଗୁହାମାନ ସୃଷ୍ଟି ହୁଏ। କ୍ରମାଗତ ବର୍ଷା ହେଲେ ଏହି ଭଳି ସ୍ଥାନ ଭୁଶୁଡ଼ିଯାଏ। ଏ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯିବା ଅସଂଭବ।
The post ପ୍ରାକୃତିକ ସିଙ୍କ୍-ହୋଲ୍ first appeared on Sambad.
from ବିଶେଷ – Sambad https://ift.tt/3uklqv9
0 Comments