୧୧ ମାସ ପରେ କୋମାରୁ ବାହାରିଲେ ଛାତ୍ର, କରୋନାରେ ବଦଳିଯାଇଥିବା ଦୁନିଆ ଦେଖି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବାରା ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ବି ଅନେକ ସ୍ଥାନରେ ଲକଡାଉନ ଜାରି କରାଯାଇଛି। ଏହି ସମୟରେ ଇଂଲଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଚର୍ଚ୍ଚାରେ ରହିଛି।

କୁହାଯାଉଛି କି ଏଠାରେ ଜଣେ ଯୁବକ ଗତ ୧୧ମାସ ହେବ କୋମାରେ ପଡ଼ିଥିଲେ। ସେ ନିକଟରେ ସୁସ୍ଥ ହେବା ପରେ ପୂରା ଦୁନିଆ ତାଙ୍କ ପାଇଁ ବଦଳି ଯାଇଥିବା କହିଛନ୍ତି। ସେ ଭାବି ବି ପାରୁ ନାହାନ୍ତି ଏମିତି ଏକ ମହାମାରୀ ପୂରା ବିଶ୍ବକୁ ବଦଳାଇ ଦେଇଛି।

Scientists Probe How Coronavirus Might Travel Through The Air : Goats and Soda : NPR

ଇଂଲଣ୍ଡରେ ରହୁଥିବା ୧୯ବର୍ଷୀୟ ଛାତ୍ର ଜାସେଫ ଫ୍ଲୋବିଲଙ୍କର ଗତବର୍ଷ ମାର୍ଚ୍ଚରେ ଏକ କାର ଦୁର୍ଘଟଣା ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ କୋମାରୁ ଚାଲିଯାଇଥିଲେ। ଠିକ ଏହି ସମୟରେ ଇଂଲଣ୍ଡରେ କରୋନା ମହାମାରୀ ଆରମ୍ଭ ହେଉଥିଲା। ଜୋସେଫ ଏ ବିଷୟରେ କିଛି ବି ଜାଣିନାହନ୍ତି। ସେ କୋମାରୁ ବାହାରିବା ପରେ ତାଙ୍କୁ ଦୁନିଆଟା ସଂପୂର୍ଣ୍ଣ ବଦଳି ଯାଇଥିବା ଭଳି ଅନୁଭବ ହେଉଛି। କାରଣ ୟୁକେରେ ଏବେ ବି କୋଭିଡ-୧୯କୁ ନେଇ ସ୍ଥିତି ଦୟନୀୟ ରହିଛି।

ଜାସେଫ ଫ୍ଲୋବିଲ ସୁସ୍ଥ ହେବାପରେ ପରିବାର ଲୋକ ତାଙ୍କୁ କୋଭିଡ-୧୯ ବିଷୟରେ ଜଣାଉଛନ୍ତି। କିନ୍ତୁ ସେ ଏ ରୋଗ କ’ଣ କିପରି ଏତେ ଲୋକଙ୍କ ଜୀବନ ନେଲା ତାହା ବୁଝି ପାରୁ ନାହାନ୍ତି।

The post ୧୧ ମାସ ପରେ କୋମାରୁ ବାହାରିଲେ ଛାତ୍ର, କରୋନାରେ ବଦଳିଯାଇଥିବା ଦୁନିଆ ଦେଖି ହେଲେ ଆଶ୍ଚର୍ଯ୍ୟ first appeared on Sambad.



from ବିଶେଷ – Sambad https://ift.tt/39HHTdc

Post a Comment

0 Comments