
ନୂଆଦିଲ୍ଲୀ: ଦେଶରେ ଏବେ ଶୀତ ଲହରୀ ଜାରି ରହିଛି। ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗରିବ ଲୋକମାନେ ନିଆଁ ଜାଳି ବସି ଥିବାର ଅନେକ ଦୃଶ୍ୟ ଆମେ ଦେଖିଛେ।
ଉତ୍ତରପ୍ରଦେଶର ମହେବା ଜିଲ୍ଲାରେ ଜଣେ ମାନସିକସ୍ତରରେ ଦୁର୍ବଳ ଥିବା ବ୍ୟକ୍ତି ଶୀତରୁ ରକ୍ଷା ପାଇବା ପାଇଁ ଯାହା କରିଛନ୍ତି ତାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।
ମହୋବା ସହର କୋତବାଲି ଅଞ୍ଚଳସ୍ଥ ପୁରୁଣା ପରିବା ମଣ୍ଡି ବାହାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଥଣ୍ଡାରୁ ରକ୍ଷା ପାଇବା ପାଇଁ ନଗଦ ୫୦୦-୫୦୦ନୋଟ ସହିତ ଅଳଙ୍କାରଗୁଡ଼ିକରେ ନିଆଁ ଲଗାଇ ହାତଗୋଡ଼ ସେକି ହୋଇଥିବା ଘଟଣା ସାମ୍ନାକୁ ଆସିଛି।

ତେବେ ଉକ୍ତ ବ୍ୟକ୍ତିଙ୍କୁ ଏସବୁ ବିଷୟରେ ପଚରା ଯିବାରୁ ସେ ହସିହସି କହିଥିଲେ, ‘ କ’ଣ କରିବି, ଥଣ୍ଡା ଲାଗିଲା । ପାଖରେ କିଛି ଜାଳିବାକୁ ନଥିବାରୁ ଏସବୁକୁ ନିଆଁ ଲଗାଇ ଜାଳି ଦେଲି।’
ଏହି ଘଟଣାର ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଘଟଣା ପ୍ରଘଟ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ପାଖରେ ଏତେଗୁଡ଼ିଏ ଟଙ୍କା ଓ ଅଳଙ୍କାର ଆସିଲା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ପୁଲିସ କିଛି ପ୍ରମାଣକୁ ଆଧାର କରି ଯାଞ୍ଚ ଜାରି ରଖିଛି।
ସ୍ଥାନୀୟ ସଫେଇ କର୍ମଚାରୀଙ୍କ କହିବାନୁସାରେ, ଅଳିଆଗଦାରୁ ଉକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣକ ପାଖାପାଖି ଲକ୍ଷଟଙ୍କାର ନୋଟ, ୨ଟି ଆଣ୍ଡ୍ରୋଏଡ ମୋବାଇଲ ଫୋନ, ସୁନା-ରୂପା ର ଆଭୁଷଣ ସହିତ ଧାରୁଆ ଅସ୍ତ୍ରକୁ ପାଇଥିଲେ। ଯାହାକୁ ସେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଜାଳି ଦେଇଥିଲେ।
The post ଥଣ୍ଡାରୁ ରକ୍ଷା ପାଇବା ପାଇଁ ଟଙ୍କା, ଅଳଙ୍କାର ଓ ଧାରୁଆ ଅସ୍ତ୍ର ଜାଳି ଦେଲେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି first appeared on Sambad.
from ବିଶେଷ – Sambad https://ift.tt/2LzGFrp
0 Comments