
ନୂଆଦିଲ୍ଲୀ: ଜଣେ କରୋନା ଭାଇରସ ସଂକ୍ରମିତ ମହିଳା ଦାବି କରିଥିଲେ କି କୋଭିଡ-୧୯ ସଂକ୍ରମଣ ହେତୁ ତାଙ୍କ କ୍ଷୀର ଧଳା ପରିବର୍ତ୍ତେ ସବୁଜ ରଙ୍ଗ ହୋଇଯାଇଛି। ଉକ୍ତ ମହିଳାଙ୍କ ସହିତ ତାଙ୍କ ନବଜାତ ସନ୍ତାନ ବି କରୋନା ସଂକ୍ରମିତ ହୋଇଥିଲା। କରୋନା ସଂକ୍ରମଣ ହେତୁ ମା’ କ୍ଷୀରର ରଙ୍ଗ ପରିବର୍ତ୍ତନ ହେବା ବଡ଼ ଆଶ୍ଚର୍ଯ୍ୟର କଥା। ଏହି ଘଟଣାକୁ ନେଇ ବୈଜ୍ଞାନିକ ଓ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପ୍ରକାଶିତ ଖବର ମୁତାବକ, ୨୩ବର୍ଷୀୟ ଅନ୍ନା କାର୍ଟେଜ ନିକଟରେ ସନ୍ତାନ ପ୍ରସବ କରିଥିଲେ। ପ୍ରସବର କିଛି ସମୟ ପରେ ସେ ନବଜାତ ଶିଶୁକୁ ସ୍ତନପାନ କରାଇଥିଲେ। ସ୍ତନପାନ କରାଉଥିବା ବେଳେ ଅନ୍ନା ତାଙ୍କ କ୍ଷୀରର ରଙ୍ଗ ସବୁଜ ହୋଇଯାଇଥିବା ଦେଖି ଭୟଭୀତ ହୋଇଯାଇଥିଲେ।

ସେ ତୁରନ୍ତ ଡାକ୍ତରଙ୍କୁ ଏସମ୍ପର୍କରେ ଯାଇ ଜଣାଇଥିଲେ। ଡାକ୍ତର ମହିଳା ଓ ତାଙ୍କ ଶିଶୁଙ୍କ କରୋନା ଯାଞ୍ଚ କରାଇଥିଲେ। ଏହାପରେ ଅନ୍ନାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ମା’ଠାରୁ କ୍ଷୀର ପିଇଥିବା ହେତୁ ଶିଶୁ ବି କରୋନା ସଂକ୍ରମିତ ହୋଇଥିଲା। ଏହାପରେ ମା’ ଓ ଶିଶୁଙ୍କ କରୋନା ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ହୋଇଥିଲେ। ଉଭୟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ଅନ୍ନାଙ୍କ କ୍ଷୀରର ରଙ୍ଗ ସ୍ବାଭାବିକ ହୋଇଯାଇଥିଲା।
ଏହି ଘଟଣାକୁ ନେଇ ଡାକ୍ତର କହନ୍ତି, ଶରୀରରେ ଆଣ୍ଟିବଡି ସଂକ୍ରମଣ ସହିତ ଲଢ଼ିଥାଏ। ଏହି କାରଣରୁ ଏଭଳି ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ। କିନ୍ତୁ ଅନ୍ନାଙ୍କ ସହିତ ଯାହା ଘଟିଥିଲା, ତାହା ଆଶ୍ଚର୍ଯ୍ୟ କରି ଦେଇଥିଲା।
The post କରୋନା ସଂକ୍ରମିତ ମା’ର କ୍ଷୀରର ରଙ୍ଗ ହୋଇଗଲା ସବୁଜ; ଡାକ୍ତର ହେଲେ ଆଶ୍ଚର୍ଯ୍ୟ first appeared on Sambad.
from ବିଶେଷ – Sambad https://ift.tt/3rU0Xer
0 Comments