ସବୁଠାରୁ ବଡ଼ ପାଟି

‘ଗିନିଜ୍‌ ବୁକ୍‌’ ଅନୁଯାୟୀ ଆଂଗୋଲାର ଫ୍ରାନସିସ୍‌କୋ ଡୋମିଙ୍ଗୋ ଜୋଆକିମ୍‌ଙ୍କ ମୁଖ-ଗହ୍ବର ବା ପାଟି ବିଶ୍ବରେ ବୃହତ୍ତମ। ଆଂଗୋଲାର ରାଜଧାନୀ ଲୁଆଂଡାରେ ସେ ‘ଚିକ୍ବିନ୍‌ହୋ’ ଭାବେ ଜଣାଶୁଣା; ସ୍ଥାନୀୟ ଭାଷାରେ ଏହାର ଅର୍ଥ- ବଡ଼-ପାଟି। ଜୋଆକିମ୍‌ଙ୍କ ପାଟି ଅତିମାତ୍ରାରେ ନମନୀୟ। ଏହା ଭିତରେ ପାଞ୍ଚ ଶହ ମିଲିଲିଟର୍‌ର ସୋଡା କାନ୍‌ ବେଶ୍‌ ସହଜରେ ପଶିଯାଇପାରେ। ତାଙ୍କ ମେଲା ପାଟିର ଲମ୍ବ ୬.୬୯ ଇଞ୍ଚ୍‌। କେହି କେହି ନିଜର ପାଦକୁ ପାଟିରେ କାମୁଡ଼ିପାରନ୍ତି। କିନ୍ତୁ, ଜୋଆକିମ୍‌ ପୂରା ପାଦକୁ ଗିଳିପାରନ୍ତି। ଏକ ଟେଲିଭିଜନ୍‌ ସୋ ବେଳେ ସେ ଏକ ମିନିଟ୍‌ରେ ଗୋଟିଏ ସୋଡା କାନ୍‌କୁ ଚଉଦ ଥର ପାଟିରେ ଭର୍ତ୍ତିକରି କାଢ଼ିଥିଲେ। ତାଙ୍କ ଶରୀରରେ କୌଣସି ସମସ୍ୟା ନାହିଁ କି ସେ କେବେ ଚିକିତ୍ସକଙ୍କ ପାଖକୁ ଯାଇନାହାନ୍ତି। ଜୋଆକିମ୍‌ ନିରକ୍ଷର। ଆର୍ଥିକ ଦୁରବସ୍ଥା ଯୋଗୁଁ ସେ ପଢ଼ିପାରିନାହାନ୍ତି।

The post ସବୁଠାରୁ ବଡ଼ ପାଟି first appeared on Sambad.



from ବିଶେଷ – Sambad https://ift.tt/3oIibK6

Post a Comment

0 Comments