ହସ୍ପିଟାଲରେ ହାତ ଧରାଧରି ହୋଇ ଜୀବନର ଶେଷ ଫଟୋ ଉଠାଇବା ପରେ ଦୁନିଆକୁ ଅଲବିଦା କହିଲେ କରୋନା ଆକ୍ରାନ୍ତ ଦମ୍ପତି

ଲଣ୍ଡନ: କରୋନା ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ କେତେକ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ କିନ୍ତୁ ଦୁଃଖର ବିଷୟ ସେମାନେ ଆଉ ନିଜ ପରିବାରକୁ ଭେଟି ନପାରି ସବୁଦିନ ପାଇଁ ଆଖିବୁଜି ଦେଇଥି‌ଲେ। ଏଭଳି ସମୟରେ ବ୍ରିଟେନରୁ ଜଣେ ବୃଦ୍ଧ ଦମ୍ପତିଙ୍କ ହୃଦୟ ବିଦାରକ ଫଟୋ ସାମ୍ନାକୁ ଆସିଛି।

ଏହି ଫଟୋରେ ୯୧ ବର୍ଷର ଦୁଇଜଣ ବୃଦ୍ଧ ଦମ୍ପତିଙ୍କୁ ଦେଖିବାକୁ ମିଳୁଛି। ଏହି ଦମ୍ପତି କୋଭିଡ -୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଛନ୍ତି।

ମାର୍ଗେଟ ଏବଂ ଡେରେକ ଫର୍ଥ ଉଭୟ ୯୧ ବର୍ଷ କୋଭିଡ -୧୯ରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। କିନ୍ତୁ ସୌଭାଗ୍ୟର ବିଷୟ ମୃତ୍ୟୁ ପୂର୍ବରୁ ଉଭୟଙ୍କୁ ପରସ୍ପର ସହିତ ରହିବାର ସୁଯୋଗ ମିଳିଥିଲା। ଏହି ସମୟରେ ଉଭୟଙ୍କୁ ଡାକ୍ତରଖାନାରେ ଏକାଠି ଶଯ୍ୟାରେ ରଖାଯାଇଥିଲା। ଏହି ସମୟ ମଧ୍ୟରେ ଦୁହେଁ ପରସ୍ପରର ହାତ ଧରି ଏକ ଫଟୋ ଉଠାଇଥିଲେ। ଏହା ଦୁହିଁଙ୍କ ଜୀବନର ଶେଷ ଫଟୋ ରହିଥିଲା।

तीन दिन के अंतर पर छोड़ दी दुनिया

କିଛି ଦିନ ପୂର୍ବରୁ ମାର୍ଗେଟ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ଚିକିତ୍ସା ପାଇଁ ତାଙ୍କୁ ମଞ୍ଚେଷ୍ଟରର ୱାଇଥନସା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ତାଙ୍କ ଅବସ୍ଥା ଦେଖି ଟ୍ରେଫେର୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ, ତାଙ୍କ ସ୍ୱାମୀ ଡେରେକ ବି କରୋନା  ସଂକ୍ରମିତ ହେବା ପରେ ୱାଇଥନସାରେ  ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ଜାଣିବାକୁ ପାଇଥିଲେ କି ଉଭୟଙ୍କୁ ବହୁତ ବୟସ ହୋଇଯାଇଛି। କରୋନା ସଂକ୍ରମଣରୁ ଦୁହିଁଙ୍କୁ ବଞ୍ଚାଇବା ସମ୍ଭାବନା କମ ରହିଛି। ସେଥିପାଇଁ ଡାକ୍ତରମାନେ ଡେରେକଙ୍କୁ ବି ଟ୍ରାଫର୍ଡ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। କାରଣ ସେ ଶେଷ ମୁହୂର୍ତ୍ତ ନିଜ ପତ୍ନୀଙ୍କ ସହ ବିତାଇ ପାରିବେ।

ଏହା ପରେ ଡେରେକଙ୍କୁ ତାଙ୍କ ପତ୍ନୀ ମାର୍ଗେଟଙ୍କ ପାଖରେ ଟ୍ରାଫୋର୍ଡ ହସ୍ପିଟାଲରେ ଏକ ଶଯ୍ୟା ଦିଆଯାଇଥିଲା। ମାର୍ଗେଟଙ୍କ ଉପରେ ଏହାର ଭଲ ପ୍ରଭାବ ପଡିଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଥିଲା । କିନ୍ତୁ ଦୁଃଖର ବିଷୟ ଜାନୁଆରି ୩୧ ତାରିଖରେ ଡେରେକଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ମାର୍ଗେଟଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ିବାରେ ଲାଗିଥିଲା। ସ୍ବାମୀ ମୃତ୍ୟୁର ତିନି ଦିନ ପରେ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା। ଉଭୟଙ୍କର ୫ ସନ୍ତାନ ଏବଂ ୧୧ ନାତି ଅଛନ୍ତି । କେବଳ ଏତିକି ନୁହେଁ, ସେମାନଙ୍କର ୪ଟି ନାତି ନାତୁଣୀ ମଧ୍ୟ ଅଛନ୍ତି ।

The post ହସ୍ପିଟାଲରେ ହାତ ଧରାଧରି ହୋଇ ଜୀବନର ଶେଷ ଫଟୋ ଉଠାଇବା ପରେ ଦୁନିଆକୁ ଅଲବିଦା କହିଲେ କରୋନା ଆକ୍ରାନ୍ତ ଦମ୍ପତି first appeared on Sambad.



from ବିଶେଷ – Sambad https://ift.tt/3d0ScLp

Post a Comment

0 Comments