ସ୍ପଟେଡ୍‌ ଲେକ୍‌

କାନାଡା ଅନ୍ତର୍ଗତ ବ୍ରିଟିସ୍‌ କଲମ୍ବିଆରେ ‘ସ୍ପଟେଡ୍‌ ଲେକ୍‌’ ଅବସ୍ଥିତ। ଏହାର ଜଳ ମାଗ୍‌ନେସିଅମ୍‌ ସଲଫେଟ୍‌, କାଲ୍‌ସିଅମ୍‌ ଏବ˚ ସୋଡିଅମ୍‌ ସଲ୍‌ଫେଟ୍‌ ଆଦି ଖନିଜ ଲବଣରେ ଭରପୂର। ଏହି ହ୍ରଦ ଭିତରେ ରୁପା ଏବ˚ ଟାଇଟାନିଅମ୍‌ ଧାତୁ ମଧୢ ଅଛି। ବିଭିନ୍ନ ଖନିଜ ଲବଣ ଓ ଧାତୁର ଉପସ୍ଥିତି ଯୋଗୁଁ ଏହାର ଜଳ ରୋଗ ଉପଶମକାରୀ। ଏଣୁ ସ୍ଥାନୀୟ ବାସିନ୍ଦା ଏହାକୁ ପବିତ୍ର ମନେକରନ୍ତି।

ବିଭିନ୍ନ ଖନିଜ ଲବଣ ଯୋଗୁଁ ଏହାର ଜଳର ରଙ୍ଗ ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ଅଲଗା ଦିଶେ। ପାଣି କମ୍‌ ଥିବା ବେଳେ ହ୍ରଦଟି ଗୁଡ଼ିଏ ଚିହ୍ନଯୁକ୍ତ ଦିଶୁଥିବାରୁ ଏ ଭଳି ନାମ। ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ହ୍ରଦ ଜଳ ସ˚ପୂର୍ଣ୍ଣ ଶୁଖିଗଲା ପରେ ଖନିଜ ଲବଣ ସ˚ଗ୍ରହ କରାଯାଏ। ହ୍ରଦଟି ଘରୋଇ ମାଲିକାନାରେ ରହିଛି। ପଚାଶ ବର୍ଷ ହେଲା ସ୍ଥାନୀୟ ଅର୍‌ନେଷ୍ଟ୍‌ ସ୍ମିଥ୍‌ ପରିବାର ଏହାର ମାଲିକ। ୨୦୦୨ରେ ସରକାର, ସ୍ମିଥ୍‌ ପରିବାରଠାରୁ ହ୍ରଦର ଏକ ଅ˚ଶ କିଣି, ସ˚ରକ୍ଷିତ କରିଛନ୍ତି।

The post ସ୍ପଟେଡ୍‌ ଲେକ୍‌ first appeared on Sambad.



from ବିଶେଷ – Sambad https://ift.tt/38eAxgJ

Post a Comment

0 Comments