
ଏହି ବିଚିତ୍ର ଘଟନାଟି ଘଟିଛି ଥାଇଲାଣ୍ଡ୍ରେ। ଥାଇଲାଣ୍ଡ୍ରେ କାମ କରୁଥିବା ୱେସ୍ଲି ବର୍ନେସ୍ ନାମକ ମାର୍କିନ୍ ନାଗରିକ, ନିକଟରେ କୋହ ଚାଂଗ୍ ଦ୍ବୀପରେ ଥିବା ‘ସି ଭିଉ ରିସର୍ଟ୍’ରେ ରହିଥିଲେ। ଆରାମଦାୟକ ରହଣି ପାଇଁ ‘ଟ୍ରିପ୍ ଆଡ୍ଭାଇଜର୍’ ମାଧ୍ୟମରେ ସେ ବୁକିଂ କରିଥିଲେ। ତେବେ, ରହଣି କାଳରେ ବିଭିନ୍ନ ତିକ୍ତ ଅନୁଭୂତି ହୋଇଥିଲା। ରିସର୍ଟ୍ ପକ୍ଷରୁ ଯୋଗାଇଦିଆଯାଇଥିବା ଆତିଥ୍ୟ ଓ ସେବା, ତାଙ୍କର ପସନ୍ଦ ହୋଇ ନ ଥିଲା ଏବଂ ସେ ଠକାମିର ଶିକାର ହୋଇଥିବା ଅନୁଭବ କରିଥିଲେ। ତେଣୁ, ‘ଟ୍ରିପ୍ ଆଡ୍ଭାଇଜର୍’ରେ ହିଁ ଉକ୍ତ ରିସର୍ଟ୍ ସଂକ୍ରାନ୍ତରେ ଏକ ନକାରାତ୍ମକ ସମୀକ୍ଷା ଲେଖିଥିଲେ।
ଏହା ରିସର୍ଟ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟିରୁ ଆସିବା ପରେ, ସେମାନେ ପ୍ରତିକ୍ରିୟାଶୀଳ ହୋଇ ସ୍ଥାନୀୟ ଆଇନ ଅନୁଯାୟୀ ଏକ ମାମଲା ଦାଏର କରିଛନ୍ତି। ବର୍ନେସ୍ ନିଜ ସମୀକ୍ଷା ମାଧ୍ୟମରେ ରିସର୍ଟ୍ ଉପରେ ମିଥ୍ୟା ଆରୋପ ଲଗାଇଥିବା ଏବଂ ଏହା ଦ୍ବାରା ସେମାନଙ୍କ ବ୍ୟବସାୟ ଉପରେ ଆଞ୍ଚ ଆସିଥିବାର ଅଭିଯୋଗ ହୋଇଛି। ବର୍ନେସ୍ଙ୍କ ବିରୋଧରେ ଯଦି ଅଭିଯୋଗ ପ୍ରମାଣିତ ହୁଏ, ତାଙ୍କୁ ଦୁଇ ବର୍ଷର କାରାଦଣ୍ଡ ବି ହୋଇପାରେ।
The post ନକାରାତ୍ମକ ସମୀକ୍ଷା ଲେଖିବାରୁ ମକଦମା first appeared on Sambad.
from ବିଶେଷ – Sambad https://ift.tt/3q3Ub4Y
0 Comments