ନିଜ ଚେହେରାକୁ ଭୟଙ୍କର ରୂପ ଦେବାକୁ ଆଇନା ସାମ୍ନାରେ ଅଭ୍ୟାସ କରିବା ବେଳେ କୁକୁରର ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କୁକୁର ପ୍ରତି ଆପଣଙ୍କ ମନରେ ସ୍ନେହ ଅଛି କି? କୁକୁର ଏକ ଏପରି ଜୀବ ଯାହାକୁ ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରନ୍ତି ଓ ପୋଷ୍ୟ ଭାବେ ନିଜ ଗହଣରେ ଘରେ ମଧ୍ୟ ରଖନ୍ତି। ଗୋଟିଏ ପୋଷା କୁକୁରର ଏପରି ଏକ ଭିଡିଓ ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି, ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ ଆୟତ୍ତ କରିପାରିବେ ନାହିଁ।

ଭିଡିଓଟିକୁ ଟ୍ବିଟର୍‌ ବ୍ୟବହାରକାରୀ ଡାନି ଡେରାନି ଟ୍ବିଟ୍‌ କରିବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳି ସାରିଲାଣି। ଭିଡିଓଟିର ଭିୟୁ ପ୍ରାୟ ୩ ଲକ୍ଷରୁ ଅଧିକ ହୋଇ ସାରିଲାଣି।

 

ଭିଡିଓରେ ଦେଖିବାକୁ ମିଳିଛି କି ଗୃହପାଳିତ କୁକୁରଟି ଆଇନା ସାମ୍ନାରେ ନିଜକୁ ଦେଖୁଛି ଓ କିପରି ମୁଖ ପ୍ରତ୍ରିକ୍ରିୟା ଦେଲେ ସେ ଭୟାନକ ଦିଶିବ ସେ ନେଇ ରୀତିମତ ଅଭ୍ୟାସ ଚଳାଇଛି। ସେହି ସମୟରେ କୁକୁରଟି ହସୁଥିବାର ବି ଦେଖିବାକୁ ମିଳିଛି। ସେ ଭୟାନକ ଦିଶିବା ପାଇଁ ଯଥା ଚେଷ୍ଟା କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ନିଜର ଚେଷ୍ଟା ସଙ୍ଗେ ସଙ୍ଗେ କୁକୁରଟି ଅଧିକରୁ ଅଧିକ କୌତୂକିଆ ଦିଶୁଛି।

ଭିଡିଓଟିକୁ ଏବେ ସୁଦ୍ଧା ୩୩ ହଜାର ରି-ଟ୍ବିଟ୍‌ ହୋଇ ସାରିଲାଣି। ବ୍ୟବାହାରକାରୀମାନେ ଏହି କୌତୂକିଆ ଭିଡିଓ ଦେଖି କୁକୁରଟିକୁ ସ୍ନେହ ଦେବା ସହ ଭିଡିଓ ପୋଷ୍ଟ୍‌ କରିଥିବା ଡାନି ଡେରାନିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

The post ନିଜ ଚେହେରାକୁ ଭୟଙ୍କର ରୂପ ଦେବାକୁ ଆଇନା ସାମ୍ନାରେ ଅଭ୍ୟାସ କରିବା ବେଳେ କୁକୁରର ଭିଡିଓ ଭାଇରାଲ୍‌ first appeared on Sambad.



from ବିଶେଷ – Sambad https://ift.tt/36rmVNU

Post a Comment

0 Comments