ମାଛର ବାନ୍ତି ବଦଳାଇ ଦେଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ରହୁଥିବା ଜଣେ ମାଛଧରାଳୀଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ୨୦ବର୍ଷର ଚାଲେରମଚାଏ ମହାପନଙ୍କୁ ସମୁଦ୍ର କୂଳରୁ ଏମିତି ଏକ ଅଦ୍ଭୁତ ସାମଗ୍ରୀ ମିଳିଥିଲା ଯାହା ବିଷୟରେ ସେ ଜାଣିବି ନଥିଲେ। କିନ୍ତୁ ଏହାକୁ ସେ ଯେତେବେଳେ ନିଜ ଘରକୁ ଆଣିଥିଲେ ତାହା ଏକ ଦୁର୍ଲଭ ସାମଗ୍ରୀ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

प्रतीकात्मक तस्वीर

ମାଛଧରାଳୀ ଚାଲେରମଚାଏ ମହାପନ ସୋଙ୍ଗଖଲାସ୍ଥିତ ସମିଲା ସମୁଦ୍ର କୂଳରେ ଜାନୁଆରି ୬ ତାରିଖରେ ଥିଲେ। ଏହି ସମୟରେ ଜଳବାୟୁ ଠିକ ନଥିବାରୁ  ସେ ମାଛ ଧରିବା କାମ ଶେଷ କରିବା ପରେ ଘରକୁ ଫେରି ଆସିବାକୁ ପ୍ରସ୍ତୁତ ହେଉଥିଲେ। ଏତିକି ବେଳେ ସେ କୂଳରେ ଏକ ଧଳାରଙ୍ଗର କ’ଣ ଗୋଟେ ସାମଗ୍ରୀ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ଦେଖିବାକୁ ଅବିକଳ ପଥର ଭଳି ଲାଗୁଥିଲା। ସେ ଉକ୍ତ ପଥର ପାଖକୁ ଯିବା ପରେ ଏହା ତାଙ୍କୁ ଅଦ୍ଭୁତ ଲାଗିଥିଲା।  ମହାପନ ଉକ୍ତ ସାମଗ୍ରୀକୁ ସାମାନ୍ୟ ପଥର ଭାବି ଘରକୁ ନେଇ ଆସିଥିଲେ।

प्रतीकात्मक तस्वीर

ଘରେ ପହଞ୍ଚିବା ପରେ ସେ ଗ୍ରାମର କିଛି ବରିଷ୍ଠ ଲୋକଙ୍କୁ ଏହା ଦେଖାଇଥିଲେ। ସେମାନେ ଏହାକୁ ଏମ୍ବରଗ୍ରୀସ ବୋଲି କହିଥିଲେ। ଏମ୍ବରଗ୍ରୀସ ସ୍ପର୍ମ ହ୍ବେଲ ମାଛର ଅନ୍ତରେ ପୀତ ନଳୀରେ ତିଆରି ହୋଇଥାଏ। ଯାହାକି ଅନେକ ସମୟରେ ସମୁଦ୍ରରେ ଭାସୁଥିବା ଦେଖିବାକୁ ମିଳିଥାଏ। ଏହାକୁ କିଛିଲୋକ ମୃତ ସ୍ପର୍ମ ହ୍ବେଲ ପେଟରୁ ପାଇଥିବା ବି ଶୁଣିବାକୁ ମିଳିଛି। ଏହା ଦୁର୍ଲଭ ହୋଇଥାଏ। କାରଣ ଏହା କେବଳ ଏକ ପ୍ରତିଶତ ସ୍ପର୍ମ ହ୍ବେଲ ହିଁ ତିଆରି କରି ପାରିଥାଆନ୍ତି। ଏହି କାରଣରୁ ଏହାର ମୂଲ୍ୟ ଅଧିକ ରହିଛି।

The post ମାଛର ବାନ୍ତି ବଦଳାଇ ଦେଲା ଯୁବକଙ୍କ ଜୀବନ first appeared on Sambad.



from ବିଶେଷ – Sambad https://ift.tt/3sKjbR1

Post a Comment

0 Comments