ସେନା ନିର୍ଭର କରୁଥିବା ଲଦାଖର ଏକମାତ୍ର ‘ଏଲ୍‌ପିଜି’ କାରଖାନା ଚଳାଉଛନ୍ତି କେବଳ ମହିଳା କର୍ମଚାରୀ

ଲେହ୍‌: ଭାରତୀୟ ସେନା ନିର୍ଭର କରୁଥିବା ଲଦାଖର ଲେହ୍‌ ନିକଟରେ ଥିବା ଏକମାତ୍ର ‘ଏଲ୍‌ପିଜି ବଟ୍‌ଲିଙ୍ଗ୍‌ ପ୍ଲାଣ୍ଟ୍‌’ରେ କେବଳ ମହିଳାମାନେ କାର୍ଯ୍ୟ କରନ୍ତି। ୧୨ଜଣ ମହିଳା କାର୍ଯ୍ୟ କରୁଥିବା ଏହି ‘ଏଲ୍‌ପିଜି ବଟ୍‌ଲିଙ୍ଗ୍‌ ପ୍ଲାଣ୍ଟ୍‌’ରୁ ଭୀଷଣ ଥଣ୍ଡାରେ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ଉପରେ ନଜର ରଖିଥିବା ୫୦, ୦୦୦ ଭାରତୀୟ ଯବାନଙ୍କ ରୋଷେଇବାସ ନିମନ୍ତେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଯାଏ।

ରାଷ୍ଟ୍ରାୟତ ତୈଳ କମ୍ପାନି ‘ଇଣ୍ଡିଆନ୍‌ ଅଏଲ୍‌’ଦ୍ୱାରା ସ୍ଥାପିତ ଏହି ‘ପ୍ଲାଣ୍ଟ୍‌’ ହେଉଛି ଲଦାଖରେ ରୋଷେଇ ନିମନ୍ତେ ଆବଶ୍ୟକ ଗ୍ୟାସ୍‌ର ଏକମାତ୍ର ଉତ୍ସ। ଏହି ପ୍ଲାଣ୍ଟ୍‌ରେ ଭରା ଯାଉଥିବା ଗ୍ୟାସ୍‌ ସିଲିଣ୍ଡର୍‌ଗୁଡ଼ିକର ପ୍ରାୟ ୪୦% ଯାଏ ପ୍ରତିରକ୍ଷା ପ୍ରତିଷ୍ଠାନକୁ।

Image Courtesy of The Times of India

ମହିଳାମାନଙ୍କଦ୍ୱାରା ପରିଚାଳିତ ଦେଶର ଏହି ଏକମାତ୍ର ‘ଏଲ୍‌ପିଜି ୟୁନିଟ୍‌’ରେ ମହିଳାମାନେ ଉତ୍ପାଦନ ଠାରୁ ଆରମ୍ଭ କରି ଗ୍ୟାସ୍‌ ଟାଙ୍କି ‘ସିଲ୍‌’ର ମାନ ମଧ୍ୟ ଯାଞ୍ଚ୍‌ କରନ୍ତି। ଏହା ସହ ସେମାନେ ନିରାପତ୍ତା ବ୍ୟବସ୍ଥା ମଧ୍ୟ ପରିଚାଳନା କରନ୍ତି। ନିରାପତ୍ତା ଅଧିକାରୀ ସେତାନ୍‌ ଆଙ୍ଗମୋଙ୍କୁ ଛାଡ଼ି ଦେଲେ ବାକି ସମସ୍ତେ ଠିକା କର୍ମଚାରୀ। କେବଳ ଗାଡ଼ିରେ ଟାଙ୍କି ବୋଝେଇ କରିବା ଭଳି ଓଜନଦାର ସାମଗ୍ରୀ ଉଠାଇବା କାର୍ଯ୍ୟ ୫ଜଣ ପୁରୁଷ ଲୋକ କରନ୍ତି।

ପ୍ଲାଣ୍ଟ୍‌ ଏବଂ ପରିବାର ଚଳାଉଥିବା ୨୦ରୁ ୪୦ ବର୍ଷ ବୟସ୍କା ଏହି ମହିଳାମାନେ ପ୍ରାୟ ୨୦ରୁ ୩୫ କିଲୋମିଟର୍‌ ଦୂରରେ ଥିବା ନିଜ ନିଜର ବାସସ୍ଥାନରୁ କାର୍ଯ୍ୟକ୍ଷେତ୍ରକୁ ସ୍ୱାଭାବିକ ଭାବେ ଯାତାୟାତ କରନ୍ତି।

The post ସେନା ନିର୍ଭର କରୁଥିବା ଲଦାଖର ଏକମାତ୍ର ‘ଏଲ୍‌ପିଜି’ କାରଖାନା ଚଳାଉଛନ୍ତି କେବଳ ମହିଳା କର୍ମଚାରୀ first appeared on Sambad.



from ବିଶେଷ – Sambad https://ift.tt/3j1QAlL

Post a Comment

0 Comments