
ପ୍ରତି ବର୍ଷ ଜାନୁଆରି ୫ ତାରିଖରେ ପାଳନ କରାଯାଉଛି ‘ପକ୍ଷୀ ଦିବସ’। ପକ୍ଷୀ ବ୍ୟବସାୟ ଉପରେ ଅଙ୍କୁଶ ଲାଗିପାରୁନାହିଁ। ମଣିଷ ନିଜର ସନ୍ତୋଷ ପାଇଁ ପକ୍ଷୀକୁ ପିଞ୍ଜରାରେ ରଖି କଷ୍ଟ ଦେଉଛି। କୌଣସି ପକ୍ଷୀକୁ ଆବଦ୍ଧ ସ୍ଥାନ, ଅପ୍ରାକୃତିକ ପରିବେଶ ଭଲ ଲାଗେନାହିଁ। ତେଣୁ, ସେମାନଙ୍କ ଦୁର୍ଦଶା ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ପେନ୍ସିଲ୍ଭାନିଆ ଅନ୍ତର୍ଗତ ଅଏଲ୍ ସିଟିର ଶିକ୍ଷାବିତ୍ ତଥା ପକ୍ଷୀପ୍ରେମୀ ଚାର୍ଲ୍ସ ଆଲ୍ମାଂଜୋ ବେବ୍କକ୍ ୧୮୯୪ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରିଥିଲେ। ଆମେରିକାରେ ସ୍ଥାନୀୟ ଭାବେ ଆରମ୍ଭ ହୋଇଥିବା ଏହି ଦିବସକୁ ପରବର୍ତ୍ତୀ କାଳରେ ବିଶ୍ବ ସ୍ତରରେ ଅନୁମୋଦନ ମିଳିଥିଲା।
The post ପକ୍ଷୀ ଦିବସ ଆଜି first appeared on Sambad.
from ବିଶେଷ – Sambad https://ift.tt/2XdpEoV
0 Comments