
ଅତୀତରେ ପାହାଡ଼ ଉପରେ ନିଅାଁ ଜାଳି, ସମୁଦ୍ର ଭିତରେ ଯାତାୟାତ କରୁଥିବା ପୁରୁଣାକାଳିଆ ଜାହାଜ ବା ପୋତଗୁଡ଼ିକୁ ସ˚କେତ ଦିଆଯାଉଥିବାର ବର୍ଣ୍ଣନା, ହୋମର୍ଙ୍କ ଦ୍ବାରା ରଚିତ ମହାକାବ୍ୟ ‘ଇଲିଆଡ୍ ଏବ˚ ଓଡେସି’ରେ ମିଳେ। ମଣିଷ ଦ୍ବାରା ପ୍ରଥମ ବତିଘର, ଆଲେକ୍ଜାଣ୍ତ୍ରିଆରେ ନିର୍ମିତ ହୋଇଥିଲା। ତା’ର ଉଚ୍ଚତା ଥିଲା ପ୍ରାୟ ଶହେ ମିଟର୍। ସେଇଟି ଧ୍ବଂସ ହୋଇଯାଇଛି। ପରେ ରୋମାନ୍ମାନେ ସାମ୍ରାଜ୍ୟ ବିସ୍ତାର କରିବା ସହ କୃଷ୍ଣ ସାଗରରୁ ଆଟ୍ଲାଣ୍ଟିକ୍ ମହାସାଗର ମଧ୍ୟରେ ଏକାଧିକ ସ୍ଥାନରେ ବତିଘରମାନ ନିର୍ମାଣ କରିଥିଲେ। ତାହା ୪୦୦ ଖ୍ରୀଷ୍ଟାବ୍ଦର ଘଟଣା। ସେଥିରୁ କିଛି ଏବେ ବି ଦଣ୍ଡାୟମାନ।
The post ଜାଣନ୍ତି କି? first appeared on Sambad.
from ବିଶେଷ – Sambad https://ift.tt/3ib5k1e
0 Comments