ସାମୁଦ୍ରିକ ପ୍ରାଣୀଙ୍କ ତାଲିକା

ଅଦ୍ୟାବଧି ବିଶ୍ବରେ ପ୍ରାୟ ଅଢ଼େଇ ଲକ୍ଷ ସାମୁଦ୍ରିକ ପ୍ରଜାତିକୁ ଚିହ୍ନଟ କରିବା ସହ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଗଭୀର ସମୁଦ୍ର ଭିତରେ ଏ ଭଳି ଅନେକ ପ୍ରାଣୀ ଓ ଉଦ୍ଭିଦ ଅଛନ୍ତି, ଯେଉଁମାନେ ଜୀବନ କାଳରେ କେବେ ହେଲେ ଉପରକୁ ଆସନ୍ତିନାହିଁ। ରହସ୍ୟମୟ ଅନ୍ଧକାରାଚ୍ଛନ୍ନ ପରିବେଶ ମଧୢରେ ଜନ୍ମ ହୁଅନ୍ତି, ବଢ଼ନ୍ତି ଏବଂ ମରନ୍ତି। ସେମାନଙ୍କ ବାବଦରେ ଜାଣିବା ଅସଭଂବ। ତେଣୁ, ସାମୁଦ୍ରିକ ଜୀବନ ବାବଦରେ କୌଣସି ତାଲିକା ଚୂଡ଼ାନ୍ତ ନୁହେଁ। ସମୁଦ୍ର ଜଳର ତାପମାତ୍ରା ବୃଦ୍ଧି ଓ ଅମ୍ଳୀକରଣ, ପ୍ରଦୂଷଣ, ପରିବେଶ-କ୍ଷୟ, ଅତ୍ୟଧିକ ଶିକାର, ଜଳବାୟୁରେ ପରିବର୍ତ୍ତନ, ଅମ୍ଳଜାନର ଅଭାବ ଏବ˚ ଆକ୍ରମଣକାରୀ ପ୍ରଜାତିଙ୍କ ଉତ୍ପାତ ବୃଦ୍ଧି ଯୋଗୁଁ ଶତାଧିକ ସାମୁଦ୍ରିକ ପ୍ରଜାତି ବିଲୁପ୍ତ ହୋଇଯାଉଛନ୍ତି।

ସମୁଦ୍ରର ଅଧାରୁ ଅଧିକ ପ୍ରାଣୀ ହେଲେ ମାଛ, କଙ୍କଡ଼ା ଏବ˚ ଶାମୁକା ଜାତୀୟ ଜୀବ। ତିମି, ତିମିଙ୍ଗଳ, ସମୁଦ୍ର ସି˚ହ ଓ କଚ୍ଛପ ଆଦିଙ୍କ ସ˚ଖ୍ୟା ମୋଟ ଜୀବଙ୍କର ମାତ୍ର ଦୁଇ ପ୍ରତିଶତ ଏବଂ ଏମାନେ ଅବକ୍ଷୟ ମୁହଁରେ। ଅଷ୍ଟ୍ରେଲିଆ ଏବ˚ ଦକ୍ଷିଣ-ପୂର୍ବ ଏସିଆକୁ ଲାଗିଥିବା ସମୁଦ୍ର ସବୁଠାରୁ ଅଧିକ ପ୍ରଜାତିର ଜୀବଙ୍କ ବାସସ୍ଥାନ। ଜାପାନ ଏବ˚ ଅଷ୍ଟ୍ରେଲିଆ ନିକଟବର୍ତ୍ତୀ ସମୁଦ୍ର ଷାଠିଏ ହଜାର ପ୍ରଜାତିଙ୍କ ବାସସ୍ଥାନ। ବିଶ୍ବର ଏକ-ଚତୁର୍ଥା˚ଶ ସମୁଦ୍ର ଅଞ୍ଚଳରେ ଭାଇପର୍‌ଫିସ୍‌ ଦେଖାଯାଏ। ଏହା ସବୁଠାରୁ ବିସ୍ତାରିତ ପ୍ରଜାତି। ସମୁଦ୍ରରେ ପ୍ରାୟ କୋଡ଼ିଏ ହଜାର ପ୍ରଜାତିର ମାଛ ଚିହ୍ନଟ କରାଯାଇଛି। ପ୍ରତି ବର୍ଷ ଅନ୍ୟୂନ ଶହେ ପ୍ରଜାତିର ନୂତନ ମାଛଙ୍କ ସନ୍ଧାନ ମିଳୁଛି।

The post ସାମୁଦ୍ରିକ ପ୍ରାଣୀଙ୍କ ତାଲିକା first appeared on Sambad.



from ବିଶେଷ – Sambad https://ift.tt/3ocLSU6

Post a Comment

0 Comments