
ଉନ୍ନାଓ: କିଛି ବଡ଼ କରିବା ପାଇଁ ଅନୁକୂଳ ପରିସ୍ଥିତି ନୁହେଁ, ବରଂ ବଡ଼ ମନର ଆବଶ୍ୟକତା ରହିଛି। ଏପରି କରି ଦେଖାଇଛନ୍ତି ଉତ୍ତରପ୍ରଦେଶସ୍ଥିତ ଉନ୍ନାଓର ଜିଆର୍ପି କନ୍ଷ୍ଟେବଲ୍ ରୋହିତ କୁମାର ଯାଦବ। ସେ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବା ପାଇଁ ମାସକୁ ନିଜ ପକେଟ୍ରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରି ଏକ ମାଗଣା ସ୍କୁଲ୍ ଚଲାଇ ଉଦାହରଣର ପାଲଟିଛନ୍ତି।
ଏ ନେଇ କନ୍ଷ୍ଟେବଲ୍ ରୋହିତ କୁମାର କହନ୍ତି, ‘ବହୁ ବର୍ଷ ପୂର୍ବେ ମୋ ବାପା ଏଟୱା ଜିଲ୍ଲାରେ ଅଭାବୀ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ସ୍କୁଲ ଖୋଲିଥିଲେ କିନ୍ତୁ ପାରିବାରିକ ସମସ୍ୟା ହେତୁ ଏହାକୁ ବନ୍ଦ କରିବାକୁ ପଡ଼ିଥିଲା। ମୋ ବାପାଙ୍କ ସ୍ବପ୍ନ ସାକାର କରିବା ପାଇଁ ମୁଁ ମଧ୍ୟ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେବାର ନିଷ୍ପତ୍ତି ନେଲି।’ ଗତ ଦୁଇ ବର୍ଷ ହେବ ରୋହିତ କୁମାର ଏପରି ଭାବେ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରି ଆସୁଛନ୍ତି।
ରୋହିତ ଆହୁରି ବି କହନ୍ତି କି, ‘୨୦୧୮ ମସିହାରେ ଉନ୍ନାଓରୁ ରାଏବରେଲିକୁ ଯାଉଥିବା ସମୟରେ ଟ୍ରେନ୍ରେ ଜଣେ ପିଲାକୁ ଟଙ୍କା ମାଗୁଥିବାର ଦେଖିଲି। ତାହା ମୋ ହୃଦୟକୁ ବ୍ୟଥିତ କଲା। ପିଲାଟିଏ ଭିକ୍ଷା ମାଗୁଥିବା ଦେଖି ମୁଁ ଆଘାତ ପାଇଲି। କଲମ ଓ ପୁସ୍ତକ ଧରିବା ହାତରେ ଭିକ୍ଷା ଥାଳି ଦେଖିବା ପରେ ମୋତେ ସେହିଭଳି ଗରିବ ପିଲାଙ୍କ ପାଇଁ କିଛି କରିବାକୁ ଇଚ୍ଛା ହେଲା। ତାପରଠାରୁ ମୁଁ ମାଗଣାରେ ଶିକ୍ଷା ଯୋଗାଇବା ନିଷ୍ପତ୍ତି ନେଇଥିଲି।’
ପ୍ରଥମେ ରୋହିତ ଛୋଟ ସ୍କୁଲ୍ଟିଏ ଖୋଲି ନିଜେ ଇଂରାଜି, ହିନ୍ଦୀ ଏବଂ ଗଣିତ ପଢ଼ାଇଲେ। ଧୀରେ ଧୀରେ ତାଙ୍କ ସ୍କୁଲ୍ ସେହି ଅଞ୍ଚଳରେ ଲୋକପ୍ରିୟ ପାଲଟିଲା। ଏବେ ସେ ୯୦ ଜଣ ପିଲାଙ୍କୁ ଶିକ୍ଷା ଯୋଗାଉଛନ୍ତି।
The post ଗରିବ ପିଲାଙ୍କ ପାଇଁ ମାଗଣା ସ୍କୁଲ୍ ଖୋଲି ଉଦାହରଣ ପାଲଟିଲେ ପୁଲିସ କନ୍ଷ୍ଟେବଲ୍ first appeared on Sambad.
from ବିଶେଷ – Sambad https://ift.tt/38uqbrQ
0 Comments