ନୂଆଦିଲ୍ଲୀ: ଚର୍ଚ୍ଚାରେ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି। ତାଙ୍କ ପାଖରେ ଥିବା ସମ୍ପତ୍ତିର ବିବରଣୀ ସାମ୍ନାକୁ ଆସିବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠାରୁ ବଡ଼ କଥା ହେଲା ଇଂଲଣ୍ଡର ରାଣୀ ଏଲିଜାବେଥ-୨ଙ୍କଠାରୁ ଅକ୍ଷତାଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ଇଂଲଣ୍ଡର ରାଣୀ ମୋଟ ୩,୪୦୦କୋଟି ଟଙ୍କାର ମାଲିକାଣୀ ଥିବା ବେଳେ ଅକ୍ଷତା ୪,୨୦୦କୋଟି ଟଙ୍କାର ମାଲିକାଣୀ ବୋଲି ଜଣାପଡ଼ିଛି। ଇନଫୋସିସ୍ ବାର୍ଷିକ ରିପୋର୍ଟ ଅନୁଯାୟୀ, ଅକ୍ଷତାଙ୍କର ଇନଫୋସିସରେ ୦.୯୧% ଅଂଶଧନ ରହିଛି। ତେବେ ପତ୍ନୀ ଅକ୍ଷତାଙ୍କ ସମ୍ପତ୍ତି ବିବରଣୀ ଲୁଚାଇଥିବାରୁ ଏବେ ସମାଲୋଚନାର ଶିକାର ହୋଇଛନ୍ତି ସ୍ବାମୀ ଋଷିି ସୁନକ। ଋଷି ବର୍ତ୍ତମାନ ଇଂଲଣ୍ଡର ଅର୍ଥମନ୍ତ୍ରୀ ଅଛନ୍ତି।
ବ୍ରିଟିଶ ଖବରକାଗଜ ଦି ଗାର୍ଡିଅନ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଅକ୍ଷତାଙ୍କ ସମ୍ପତ୍ତି ବିବରଣୀ ସାମ୍ନାକୁ ଆସିଛି। ଇଂଲଣ୍ଡରେ ସମସ୍ତ ମନ୍ତ୍ରୀମାନେ ଘନିଷ୍ଠ ପରିବାର ସଦସ୍ୟଙ୍କ ଆର୍ଥିକ ବିବରଣୀ ଦେବାକୁ ବାଧ୍ୟ। କିନ୍ତୁ ଅକ୍ଷତାଙ୍କ ସ୍ବାମୀ ପତ୍ନୀଙ୍କ ସମ୍ପତ୍ତି ବିବରଣୀ ଲୁଚାଇବା ସହ ଅକ୍ଷତା ବ୍ରିଟେନର ଏକ ଛୋଟ କମ୍ପାନିର ମାଲିକାଣୀ ବୋଲି ଦର୍ଶାଇଛନ୍ତି। ହେଲେ ଅକ୍ଷତାଙ୍କର ଇନଫୋସିସ୍ ଏବଂ ଆମାଜନ ଇଣ୍ଡିଆ ବ୍ୟତୀତ ବ୍ରିଟେନର ୬ଟି କମ୍ପାନିରେ ଅଂଶୀଦାରୀ ରହିଥିବା କଥା ଋଷି ଜଣାଇନଥିଲେ। ଏବେ ଏହି କଥା ସାମ୍ନାକୁ ଆସିବା ପରେ ଅଡ଼ୁଆରେ ପଡ଼ିଛନ୍ତି ଚାନସେଲର୍ ଅଫ୍ ଏକ୍ସଚେକର ଋଷି।
The post ଇଂଲଣ୍ଡର ରାଣୀଙ୍କଠାରୁ ଇନଫୋସିସ୍ ପ୍ରତିଷ୍ଠାତାଙ୍କ ଝିଅ ଧନୀ, ସ୍ତ୍ରୀଙ୍କ ସମ୍ପତ୍ତି ଯୋଗୁଁ ଅଡ଼ୁଆରେ ସ୍ବାମୀ first appeared on Sambad.
from ବିଶେଷ – Sambad https://ift.tt/2IkBvxS
0 Comments