ପୁରୁଷ ଅଧିକ ମିଛ କହେ!

ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ମିଛ କହୁଥିବା ଏକ ଅଧ୍ୟୟନ ସୂତ୍ରରୁ ପ୍ରକାଶ। ଯଥେଷ୍ଟ କାରଣ ନ ଥିଲେ ବି ପୁରୁଷ ମିଛ କ‌େହ। ପୁରୁଷ ଦୈନିକ ହାରାହାରି ଛଅଟି ମିଥ୍ୟା କହେ। ପତ୍ନୀ, ବାନ୍ଧବୀ, କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ତଥା କର୍ମ-ସାଥୀମାନଙ୍କୁ ସେ ମିଛ କହେ। ସପ୍ତାହରେ ୪୨, ବର୍ଷରେ ୨୧୮୪ ଏବ˚ ହାରାହାରି ଜୀବନକାଳରେ ୧୨୬,୬୭୨ ଥର ମିଛ କହିଥାଏ।

ଅପରପକ୍ଷେ ମହିଳାମାନେ ଦିନରେ ତିନି ଥର; ଅର୍ଥାତ୍‌, ହାରାହାରି ଜୀବନକାଳରେ ୬୮,୭୯୬ ଥର ମିଥ୍ୟା କହିଥା’ନ୍ତି। ଅନେକେ ଭାବନ୍ତି, ମୁହଁକୁ ଦେଖିଲେ, ଜଣେ ସତ ନା ମିଛ କହୁଛି, ଜଣାପଡ଼ିଯିବ। କିନ୍ତୁ, ଏହି ଧାରଣା ଭ୍ରମାତ୍ମକ। ମିଥ୍ୟାବାଦୀମାନେ ଆଖିରେ ଆଖି ମିଳାଇ, ଡାହା ମିଛ କହିପାରନ୍ତି। ଅଙ୍ଗଭଙ୍ଗୀରୁ ମିଥ୍ୟାବାଦୀଙ୍କୁ ଧରିବା ଏପରିକି ବିଶେଷଜ୍ଞଙ୍କ ପକ୍ଷରେ ସୁଦ୍ଧା କଷ୍ଟକର। ମିଛ ଧରାପଡ଼ିଗଲେ ଦଂପତିଙ୍କ ମଧୢରେ ଝଗଡ଼ା ହୁଏ। ଏହି କାରଣରୁ ସାତ ପ୍ରତିଶତଙ୍କ ଘର ଭାଙ୍ଗୁଥିବା ବେଳେ ନଅ ପ୍ରତିଶତ ଚାକିରି ହରାଉଥିବା ଜଣାଯାଏ।

The post ପୁରୁଷ ଅଧିକ ମିଛ କହେ! first appeared on Sambad.



from ବିଶେଷ – Sambad https://ift.tt/3hskEGh

Post a Comment

0 Comments