
ନୂଆଦିଲ୍ଲୀ: କରୋନାଭୂତାଣୁ ମୁକାବିଲା ପାଇଁ ହାତ ପାଆନ୍ତାରେ ଅତି କମ୍ରେ ୪ଟି ଟିକା ଉପଲବ୍ଧ ହୋଇସାରିଛି। ବିଭିନ୍ନ ଦେଶ ଏବେ ତାହା ପାଇବା ପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଏହାର ଟିକାକରଣ ପାଇଁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କିଛି ଧାର୍ମିକ ସମ୍ପ୍ରଦାୟ ଦ୍ବାରା ଘୁଷୁରି ମାଂସକୁ ନିଷିଦ୍ଧ କରାଯାଇଥିବା ବେଳେ କୋଭିଡ୍ ଟିକା ପ୍ରସ୍ତୁତିରେ ତାହା ବ୍ୟବହାର ହୋଇଥିବା ହିଁ ଚିନ୍ତାର ବିଷୟ ହୋଇଛି। ସଂପୃକ୍ତ ସମ୍ପ୍ରଦାୟ ଦ୍ବାରା ସାର୍ବଜନୀନ କୋଭିଡ୍ ଟିକାକରଣରେ ବାଧା ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି। ଇସଲାମୀୟ ନିୟମ ଅନୁସାରେ ସଂପୃକ୍ତ କୋଭିଡ୍ ଟିକା ବ୍ୟବହାରଯୋଗ୍ୟ କି ନୁହେଁ ସେ ନେଇ ଧର୍ମଯାଜକମାନେ ପ୍ରଶ୍ନ ଉଠାଇଛନ୍ତି।
ସ୍ମରଣଯୋଗ୍ୟ, ଘୁଷୁରି ମାଂସରୁ ଉଦ୍ଧୃତ ଜିଲେଟିନ୍କୁ ସାଧାରଣତଃ କୌଣସି ଟିକାର ଗୁଣବତ୍ତା ବଜାୟ ରଖିବା ଲାଗି ଏକ ସ୍ଥାୟୀକାରକ ଭାବେ ବ୍ୟବହୃତ କରାଯାଇଥାଏ। ବିଭିନ୍ନ କମ୍ପାନି ଘୁଷୁରି ମାଂସ ରହିତ ଟିକା ନିର୍ମାଣ ପାଇଁ ଗବେଷଣା ଜାରି ରଖିଛନ୍ତି। ଅପରପକ୍ଷେ, ଫାଇଜର, ମଡର୍ଣ୍ଣା ଓ ଆଷ୍ଟ୍ରାଜେନେକା କମ୍ପାନି ସେମାନଙ୍କ ଦ୍ବାରା ବିକଶିତ ଟିକାରେ ଘୁଷୁରି ମାଂସ ଉତ୍ପାଦ ବ୍ୟବହୃତ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଟିକାର ସୀମିତ ଯୋଗାଣ ଓ ଅନ୍ୟ କମ୍ପାନି ସହ କୋଟି କୋଟି ଟଙ୍କାର ଟିକା ଯୋଗାଣ ବରାଦ ଥିବା ଘଟଣାକୁ ବିଚାରକୁ ନେଲେ ଟିକାଗୁଡ଼ିକ ଜିଲେଟିନ୍ମୁକ୍ତ ବୋଲି କହିହେବ ନାହିଁ ବୋଲି ମଧ୍ୟ ସେମାନେ ସ୍ପଷ୍ଟ କରିଛନ୍ତି। ରକ୍ଷଣଶୀଳ ଇହୁଦୀ ଓ ମୁସଲିମ୍ମାନଙ୍କ ପାଇଁ ଧାର୍ମିକ ଦୃଷ୍ଟିକୋଣରୁ ଏଭଳି ଘୁଷୁରି ମାଂସ ଉତ୍ପାଦ ଅପବିତ୍ର। ଏହାକୁ କେନ୍ଦ୍ର କରି ନାନା ତର୍କ ବିତର୍କ ଦେଖିବାକୁ ମିଳିଛି। କିଛି କଠୋରପନ୍ଥୀ ଏହାକୁ କଡ଼ାକଡ଼ି ବାସନ୍ଦ କରିବା ପାଇଁ ଦାବି କରିଛନ୍ତି।
The post ଟିକାର ଧାର୍ମିକ ବୈଧତା ମୁସଲିମ୍ମାନଙ୍କୁ ବିବ୍ରତ କରିଛି first appeared on Sambad.
from ବିଶେଷ – Sambad https://ift.tt/3p8nhji
0 Comments