ଇନ୍‌ଷ୍ଟା ପୋଷ୍ଟ୍‌ କରି ପ୍ରଶଂସକଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇଲେ ସୁପ୍ରସିଦ୍ଧ ଶିଳ୍ପପତି ରତନ ଟାଟା

ମୁମ୍ବାଇ: ଗତ ଡିସେମ୍ବର ୨୮ ତାରିଖରେ ୮୩ ବର୍ଷ ବୟସରେ ପାଦ ଦେଇଛନ୍ତି ସୁପ୍ରସିଦ୍ଧ ଶିଳ୍ପପତି ରତନ ଟାଟା। ତାଙ୍କ ଜନ୍ମଦିନ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ରତନ ଟାଟା ଇନଷ୍ଟାଗ୍ରାମରେ ଏକ ନୂତନ ପୋଷ୍ଟ୍‌ ଜରିଆରେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ପ୍ରଶଂସକମାନଙ୍କୁ ଧନ୍ୟବାଦ୍‌ ଜଣାଇବା ସହ ଆଗାମୀ ନୂଆବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ତାଙ୍କ ପୋଷ୍ଟରେ ରତନ ଟାଟା ନିଜର ଏକ ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ମୋ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବାରୁ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆଶା କରୁଛି ଆପଣଙ୍କ ନବବର୍ଷରେ ଆପଣ ଓ ଆପଣଙ୍କ ପ୍ରିୟଜନ ସୁସ୍ଥ ରୁହନ୍ତୁ।’

 

 

View this post on Instagram

 

A post shared by Ratan Tata (@ratantata)

ସୋସିଆଲ ମିଡିଆରେ ରତନ ଟାଟାଙ୍କ ପୋଷ୍ଟ ଭାଇରାଲ ହୋଇଛି ଏବଂ ତାଙ୍କର ପ୍ରଶଂସକମାନେ ତ‌ାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ୧୯୯୧ ମସିହାରୁ ୨୦୧୨ ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ରତନ ଟାଟା ଆଣ୍ଡ୍‌ ସନ୍‌ସର ଅଧ୍ୟକ୍ଷ ଥିଲେ।

The post ଇନ୍‌ଷ୍ଟା ପୋଷ୍ଟ୍‌ କରି ପ୍ରଶଂସକଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇଲେ ସୁପ୍ରସିଦ୍ଧ ଶିଳ୍ପପତି ରତନ ଟାଟା first appeared on Sambad.



from ବିଶେଷ – Sambad https://ift.tt/382ymN5

Post a Comment

0 Comments