
କଲମ୍ବିୟାର ଜଣେ ମହିଳାଙ୍କର ନାମ- ‘ଏବିସିଡିଇଫ୍ଜିଏଚ୍ଆଇଜେକେଏଲ୍ଏମ୍ଏନ୍ ଓପିକ୍ୟୁଆର୍ଏସ୍ଟିୟୁଭିଡବ୍ଲ୍ୟୁଏକ୍ସଵାଇଜେଡ୍’। ଅର୍ଥାତ୍, ଇ˚ଲିସ୍ ଅକ୍ଷରମାଳାକୁ ସେ ନିଜର ନାମ ବନାଇଛନ୍ତି। ତାଙ୍କର ପିତୃଦତ୍ତ ନାମ ଏକଦା ଥିଲା- ଲେଡିଜୁଙ୍ଗା ସାଇବର୍ଗ୍। ତେବେ, ସେ ଚାହୁଁଥିଲେ ଏ ଭଳି ଏକ ବିଚିତ୍ର ନାମ, ଯାହାକୁ ଉଚ୍ଚାରଣ କରିବା କଷ୍ଟକର ହେବ। ତାଙ୍କର ନୂତନ ନାମକୁ ଅନୁମୋଦନ ଦେବା ପାଇଁ କଲମ୍ବିୟାର ଜାତୀୟ ପ˚ଜୀକରଣ କାର୍ଯ୍ୟାଳୟ ମନାକରିଦେଇଥିଲା। ତାହା ପରେ ସେ ଅଦାଲତର ଆଶ୍ରୟ ନେଇଥିଲେ। ଅଦାଲତ ସାଇବର୍ଗ୍ଙ୍କ ସପକ୍ଷରେ ରାୟ ଦେବାରୁ ପ˚ଜୀକରଣ କାର୍ଯ୍ୟାଳୟ ସ୍ବୀକୃତି ଦେବାକୁ ବାଧ୍ୟ ହୋଇଥିଲା। ଏବିସିଡିଇଏଫ୍.. ଏକ ବିଶ୍ବବିଦ୍ୟାଳୟରେ ଚାରୁକଳା ବିଭାଗୀୟ ଅଧ୍ୟାପିକା। ଅବସର ସମୟରେ ପ୍ରାପ୍ତ ବୟସ୍କଙ୍କ ମନୋର˚ଜନ ନିମନ୍ତେ ଉଦ୍ଦିଷ୍ଟ ସାମଗ୍ରୀ ପାଇଁ ମଡେଲି˚ କରନ୍ତି।
The post ନାମ ଯାହାଙ୍କର ‘ଏବିସିଡିଇଏଫ୍ଜିଏଚ୍...’! first appeared on Sambad.
from ବିଶେଷ – Sambad https://ift.tt/2JSq1CA
0 Comments