
ନୂଆଦିଲ୍ଲୀ: ସବୁ ଜିନିଷକୁ ଟଙ୍କା ସହ ତୁଳନା କରାଯାଏ ନାହିଁ। ଅନେକ ଜିନିଷର ମୂଲ୍ୟ ନ ଥାଏ। ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଯେ କୌଣସି ତୁଳନା ନାହିଁ ତାହା ଆପଣମାନେ ଜାଣନ୍ତି। ସିଂଘୁ ସୀମାରେ ବସି କୃଷି ଆଇନ୍ ବିରୋଧରେ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀ କୃଷକମାନଙ୍କୁ ମାଗଣାରେ ଶୀତବସ୍ତ୍ର(ସ୍ବେଏଟର୍) ଯୋଗାଇ ବେଶ୍ ପ୍ରଶଂସା ସାଉଁଟିଛନ୍ତି ଉତ୍ତରପ୍ରଦେଶର ମହମ୍ମଦ କ୍ବୁରେସି।
ପ୍ରତିଦିନ ପ୍ରାୟ ସକାଳ ୮ଟା ସମୟରେ କ୍ବୁରେସି ରାସ୍ତା କଡ଼ରେ ନିଜର ଏକ ଷ୍ଟଲ୍ ଲଗାନ୍ତି, ଯେଉଁଠାରେ କି ସେ ଏବେ ଆନ୍ଦୋଳନକାରୀ କୃଷକମାନଙ୍କୁ ମାଗଣାରେ ଶୀତବସ୍ତ୍ର ଯୋଗାଇ ଦେଉଛନ୍ତି। ସେ କୃଷକମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ତିଆରି ହେଉଥିବା ଶୀତବସ୍ତ୍ର ଦାନ କରୁଥିବା ଜାଣିବାକୁ ମିଳିଛି।
ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଜଣେ କୃଷକଙ୍କ ପୁଅ ଏହି ୩୫ ବର୍ଷିଅ ଯୁବକ ଜଣକ ଏବେ ସୁଦ୍ଧା ପ୍ରାୟ ୩୦୦ ଶୀତ ବସ୍ତ୍ର ଦାନ କରି ସାରିଲେଣି। ପୂର୍ବରୁ ସେ ଏହି ଶୀତ ବସ୍ତ୍ର ବିକ୍ରି କରି ଦିନକୁ ପ୍ରାୟ ଅଢ଼େଇ ହଜାର ଟଙ୍କା ଲାଭ କରି ଆସୁଥିଲେ।
ଉତ୍ତର ଦିଲ୍ଲୀର ନିଜ ପତ୍ନୀ ଓ ପିଲାଙ୍କ ସହ ରହୁଥିବା କ୍ବୁରେସି କହନ୍ତି, ‘ମୋ ବାପା ଜଣେ କୃଷକ ଓ ମୁଁ ଜଣେ କୃଷକର କଷ୍ଟ ବୁଝିପାରେ। କୃଷକମାନେ ସରକାରଙ୍କଠାରୁ କିଛି ଅଧିକ ଆଶା କରୁନାହାନ୍ତି। ସେମାନେ କେବଳ ନିଜ ସାମଗ୍ରୀର ଉଚିତ ମୂଲ୍ୟ ଚାହାନ୍ତି।’ ସେ ଆହୁରି ବି କହନ୍ତି ଯେ ଏକ ଭଲ କାମ ଉଦେଶ୍ୟରେ ଦାନ କରିବାକୁ ଉଚିତ ବୋଲି ମଣି ସେ ଏହି ଭଳି ଭାବେ ଶୀତ ବସ୍ତ୍ର ଦାନ କରିଛନ୍ତି।
The post ଆନ୍ଦୋଳନକାରୀ କୃଷକଙ୍କୁ ମାଗଣାରେ ଶୀତବସ୍ତ୍ର ଯୋଗାଇ ଚର୍ଚ୍ଚାରେ ଏହି ୟୁପି ବ୍ୟବସାୟୀ first appeared on Sambad.
from ବିଶେଷ – Sambad https://ift.tt/39YxASN
0 Comments