
ଲାହୌଲ: ହିମାଚଳ ପ୍ରଦେଶ ଲାହୌଲ-ସ୍ପିତି ଘାଟିର ଥୋରଙ୍ଗ ଗ୍ରାମରେ ବସବାସ କରୁଥିବା ଜଣେ ବୃଦ୍ଧଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ବୃଦ୍ଧଙ୍କ ପତ୍ନୀଙ୍କ ସମେତ ପରିବାର ଅନ୍ୟ ଛଅ ଜଣଙ୍କର ବି କରୋନା ରିପୋର୍ଟ ପଜିଟିଭ ଆସିଛି। କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାହୌଲ-ସ୍ପିତି ଘାଟି ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ମଧ୍ୟରେ ରହିଛି।
ଥୋରଙ୍ଗ ଗ୍ରାମରେ ବସବାସ କରୁଥିବା ୫୨ ବର୍ଷର ବୃଦ୍ଧ ଭୁଷଣ ଠାକୁରଙ୍କୁ ଛାଡ଼ି ଦେଲେ ଗାଁର ୪୧ଜଣ ବାସିନ୍ଦାଙ୍କ କରୋନା ଯାଞ୍ଚ କରା ଯାଇଥିଲା। ଏହି ଯାଞ୍ଚ ରିପୋର୍ଟରୁ ସମସ୍ତେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା।
ଡାକ୍ତର ପଲଜୋରଙ୍କ କହିବାନୁସାରେ, ଭୁଷଣ ଠାକୁରଙ୍କ ଶରୀରରେ ରୋଗପ୍ରତିରୋଧ ଶକ୍ତି ଅଧିକ ରହିଛି। ଗ୍ରାମର ୪୧ଜଣ ବାସିନ୍ଦାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ଭୁଷଣଙ୍କ ରିପୋର୍ଟ ନେଗେଟିଭ ଆସିବା ଏକ ଆଶ୍ଚର୍ଯ୍ୟର କଥା। ଗ୍ରାମର ୫ଜଣ ପ୍ରଥମେ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଅନ୍ୟ ସମସ୍ତେ ବୈଠକ କରି ସ୍ବଇଚ୍ଛାରେ ଚାରିଦିନ ପୂର୍ବରୁ କରୋନା ପରୀକ୍ଷା କରିବାକୁ ସ୍ଥିର କରିଥିଲେ।
ଅଧିକାରୀଙ୍କ ସୂଚନା ଅନୁସାରେ ମନାଲି-ଲୌହ ରାଜ ରାଜପଥ ସହ ଥୋରଙ୍ଗ ଗାଁରେ ୧୦୦ଜଣ ବସବାସ କରନ୍ତି। ଏଠାରେ ଅଧିକାଂଶ ଲୋକ ଥଣ୍ଡା ଯୋଗୁଁ କୁଲ୍ଲୁ ପଳାଇଯାଇଛନ୍ତି ।
The post ଜଣେ ବୃଦ୍ଧଙ୍କୁ ଛାଡ଼ିଦେଲେ ଗ୍ରାମର ସମସ୍ତ ବାସିନ୍ଦା କରୋନା ସଂକ୍ରମିତ first appeared on Sambad.
from ବିଶେଷ – Sambad https://ift.tt/3m21c4A
0 Comments