ଗଛରେ ସ୍କ୍ରପିଓ କାର ବନ୍ଧା ଥିବା ଦେଖି ଆନନ୍ଦ ମହିନ୍ଦ୍ରା ଟୁଇଟ କରି ଏଭଳି ପ୍ରତିକ୍ରିୟା ଦେଲେ

ନୂଆଦିଲ୍ଲୀ: ‘ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା’ ଗ୍ରୁପର ଚ୍ୟାୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ମଜାଦାର ଫଟୋ ସେୟାର କରିବାକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କ ଦ୍ବାରା ସେୟାର କରାଯାଇଥିବା ଅଧିକାଂଶ ଫଟୋକୁ ଦେଖିବା ମାତ୍ରେ ମୁଖରେ ହସ ଖେଳି ଯାଇଥାଏ। ଗତ ଶୁକ୍ରବାର ଆନନ୍ଦ ମହିନ୍ଦ୍ରା ଏକ ଫଟୋ ସେୟାର କରିଥିଲେ। ଏହି ଫଟୋ ଟିରେ ଏକ ମହିନ୍ଦ୍ରା ସ୍କ୍ରପିଓ ଏସୟୁବି କାର ଗଛରେ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି। ଯାହାକୁ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ଟୁଇଟରରେ ଏହି ଫଟୋକୁ ସେୟାର କରି କ୍ୟାପସନରେ ମହିନ୍ଦ୍ରା ଲେଖିଛନ୍ତି, ମାନୁଛି କି ଏହା ଏକ ହାଇଟେକ ଲକିଂ ସମାଧାନ ନୁହେଁ, କିନ୍ତୁ ମାଲିକର ଗାଡ଼ି ପ୍ରତି ସ୍ନେହ ଏଥିରୁ ପ୍ରତିଫଳିତ ହେଉଛି। ମୋ ପାଇଁ ଏହି ଫଟୋ ଟି ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଲକଡାଉନରେ ମୁଁ କେମିତି ଅନୁଭବ କରୁଥିଲି। ଏହି ଉଇକେଣ୍ଡରେ ଏହି ଚେନକୁ ଭାଙ୍ଗିବାକୁ ଚେଷ୍ଟା କରିବି।

ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଦୁଇହଜାରରୁ ଅଧିକ ଲାଇକ୍ସ ଓ ୬୭ଥର ରି-ଟୁଇଟ କରାଯାଇଛି। ଆନନ୍ଦ ମହିନ୍ଦ୍ରାଙ୍କୁ ଟୁଇଟରରେ ୮୦ଲକ୍ଷରୁ ଅଧିକ ଲୋକ ଫଲୋ କରିଥାଆନ୍ତି।

The post ଗଛରେ ସ୍କ୍ରପିଓ କାର ବନ୍ଧା ଥିବା ଦେଖି ଆନନ୍ଦ ମହିନ୍ଦ୍ରା ଟୁଇଟ କରି ଏଭଳି ପ୍ରତିକ୍ରିୟା ଦେଲେ first appeared on Sambad.



from ବିଶେଷ – Sambad https://ift.tt/3lcZQUf

Post a Comment

0 Comments