ଔଷଧ ଫେରିବାଲା!

ହାଇତିର ରାଜଧାନୀ ପୋର୍ଟ‌୍‌-ଅଫ୍‌-ପ୍ରିନ୍‌ସଠାରେ ଫେରିବାଲା ବା ବୁଲା ବିକାଳିମାନେ ରାସ୍ତାରେ ବୁଲିବୁଲି ଔଷଧ ବିକନ୍ତି। ସେମାନେ ଡିଗ୍ରିଧାରୀ ଫାର୍ମାସିଷ୍ଟ୍ ହୋଇ ନ ଥିବା ସତ୍ତ୍ବେ ସେଠାରେ ଏ ପ୍ରକାର ଅବୈଧ କାରବାର ଅବାଧରେ ଚାଲିଛି। ବାଧା ଦେବାକୁ କେହି ନାହାନ୍ତି। ଔଷଧ ସ˚ପର୍କରେ କୌଣସି ଜ୍ଞାନ ନ ଥାଇ ସେମାନେ ବିକୁଛନ୍ତି। ରୋଗୀ କିଣୁଛନ୍ତି।

kidneynotes.com

ସେଠାରେ ଏପରିକି ବ୍ରଣ ଭଲ କରିବା ପାଇଁ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍‌ସ ଦିଆଯାଏ। ଲୋକେ, ବିକାଳି ସହ ପରାମର୍ଶ କରି ଔଷଧ କିଣନ୍ତି। ବିକ୍ରି ହେଉଥିବା ଅଧିକା˚ଶ ଔଷଧ ନିମ୍ନ ମାନର। ସେଗୁଡ଼ିକ ଆସୁଛି ଚାଇନାରୁ। ଅବଧି ଗଡ଼ିଯାଇଥିବା ଔଷଧ ମଧ୍ୟ ବିକ୍ରି ହେଉଛି। ଏହାକୁ ନେଇ ବେଳେ ବେଳେ ଅଘଟନ ଘଟୁଥିଲେ ହେଁ କେହି ଚିନ୍ତିତ ନାହାନ୍ତି। ଏଥି ପାଇଁ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଦାୟୀ।

The post ଔଷଧ ଫେରିବାଲା! first appeared on Sambad.



from ବିଶେଷ – Sambad https://ift.tt/3kL1yeL

Post a Comment

0 Comments