ସାମ୍ବାଦିକ ହି˚ସା ବିରୋଧୀ ଦିବସ

ବିଶ୍ୱ ସ୍ତରରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ସ˚ଖ୍ୟା କ୍ରମଶଃ ବଢ଼ିଚାଲିଛି। ଭାରତରେ ମଧ୍ୟ ସାମ୍ବାଦିକମାନେ ଅପରାଧୀ, ଖଳ ବ୍ୟବସାୟୀ ଓ ରାଜନେତାଙ୍କ ଆକ୍ରୋଶ-ହି˚ସାର ଶିକାର ହେଉଛନ୍ତି। ଅନେକ କ୍ଷେତ୍ରରେ ଅପରାଧ ଘଟାଉଥିବା ବ୍ୟକ୍ତି ଧରାପଡ଼ୁନାହାନ୍ତି। ଯଦି ବି କେହି ଧରାପଡ଼ୁଛନ୍ତି, ପ୍ରତି ଦଶରୁ ଗୋଟିଏ ମାମଲାରେ ଅପରାଧୀ ଦଣ୍ତ ପାଉଛନ୍ତି। ଅଧିକା˚ଶ ଖଲାସ ହୋଇଯାଉଛନ୍ତି।

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ବିରୋଧରେ ହି˚ସା ଏକ ଗୁରୁତର ବିଷୟ। ଏ ବାବଦରେ ଜନ-ସଚେତନତା ସୃଷ୍ଟି କରିବା ପାଇଁ ‘ଜାତି ସ˚ଘ’ର ଅନୁମୋଦନକ୍ରମେ ପ୍ରତିବର୍ଷ ନଭେମ୍ବର‌ ୨ ତାରିଖରେ ପାଳନ କରାଯାଉଛି ‘ଇଣ୍ଟର‌୍‌ନେସ୍‌ନାଲ୍‌ ଡେ ଟୁ ଏଣ୍ତ୍‌ ଇ˚ପ୍ୟୁନିଟି ଫର‌୍‌ କ୍ରାଇମ୍‌ ଏଗେନ୍‌ଷ୍ଟ ଜର୍ନାଲିଷ୍ଟ୍‌ସ’ ବା ‘ସାମ୍ବାଦିକ ବିରୋଧୀ ଅପରାଧରୁ ଅପରାଧୀଙ୍କୁ ମୁକ୍ତି ଦେବା ବନ୍ଦ ନିମନ୍ତେ ଅନ୍ତର୍ଜାତୀୟ ଦିବସ’।

ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ନଭେମ୍ବର‌ ଏହି ଦିନରେ ଫିଲିପିନ୍‌ସର ଆମ୍‌ପାଟୁଆନ୍‌ ସହରରେ ଏକ ବର୍ବର ହି˚ସାକାଣ୍ତ ଘଟିଥିଲା, ଯେଉଁଥିରେ ଏକ ସଙ୍ଗେ ଚଉତିରିଶ ଜଣ ସାମ୍ବାଦିକଙ୍କ ସମେତ ମୋଟ ଅଠାବନ ଜଣ ପ୍ରାଣ ହରାଇଥିଲେ। କ୍ଷମତାରେ ଥିବା ଜଣେ ସ୍ଥାନୀୟ ରାଜନେତାଙ୍କ ଗୁଣ୍ତାମାନେ ବିରୋଧୀ ନେତାଙ୍କ ପରିବାରର ଏକାଧିକ ସଦସ୍ୟଙ୍କ ସହ ସାମ୍ବାଦିକମାନଙ୍କୁ ରାଜରାସ୍ତାରୁ ଅପହରଣ କରିନେଇ ହତ୍ୟା କରିଥିଲେ। ଉକ୍ତ ମାମଲାରେ ସ˚ପୃକ୍ତ ଥିବା ଅଧିକା˚ଶ ଅପରାଧୀ ଖସିଯିବାରେ ସଫଳ ହୋଇଥିଲେ। ସେହି ଭୟଙ୍କର ଦିନର ସ୍ମୃତିରେ ୨୦୧୩ରୁ ଏହି ଦିବସ ପାଳନ କରାଯାଉଛି।

The post ସାମ୍ବାଦିକ ହି˚ସା ବିରୋଧୀ ଦିବସ first appeared on Sambad.



from ବିଶେଷ – Sambad https://ift.tt/3kPZhj0

Post a Comment

0 Comments