ବିଶ୍ୱ ଅନାଥ ଦିବସ ଆଜି

ନଭେମ୍ବର‌ ଦ୍ୱିତୀୟ ସୋମବାରରେ ଅନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ଅନାଥ ଦିବସ’ ପାଳନ କରାଯାଏ। ଯୁଦ୍ଧ, ମରୁଡ଼ି, ଦେଶାନ୍ତର, ମହାମାରୀ ଓ ଦାରିଦ୍ର୍ୟ ଆଦି କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶିଶୁ ଅନାଥ ହେଉଛନ୍ତି। ସେମାନଙ୍କ ଯତ୍ନ ନେବା, ସେମାନଙ୍କ ପ୍ରତି ଧ୍ୟାନ ଦେବା, ଏହି ଦିବସ ପାଳନର ଲକ୍ଷ୍ୟ।

‘ୟୁନିସେଫ୍‌’ ଅନୁଯାୟୀ ବିଶ୍ବରେ ଅନାଥ ଶିଶୁଙ୍କ ସଂଖ୍ୟା ପ୍ରାୟ ୧୫.୩ କୋଟି। ଆମ ଦେଶ‌େର ଅନାଥଙ୍କ ସଂଖ୍ୟା ପ୍ରାୟ ଦୁଇ କୋଟି; ଏହା ବିଶ୍ବରେ ସର୍ବାଧିକ। ଇତିହାସର ପ୍ରଥମ ଅନାଥାଶ୍ରମ ରୋମାନ୍‌ମାନଙ୍କ ଦ୍ବାରା ୪୦୦ ଶତାବ୍ଦୀରେ ପ୍ରତିଷ୍ଠା କରାଯାଇଥିଲା। ଏହା ପୂର୍ବରୁ, ଅଠର ବର୍ଷ ହେବା ଯାଏ ଅନାଥଙ୍କ ଦାୟିତ୍ବ ରାଷ୍ଟ୍ର ଗ୍ରହଣ କରିବା ପାଇଁ ଜୁଇସ୍‌ ଓ ଏଥିନିଆନ୍‌ ଆଇନରେ ବ୍ୟବସ୍ଥା ଥିଲା। ଅନାଥଙ୍କ ଯତ୍ନ ନେବା ରାଷ୍ଟ୍ରର ଦାୟିତ୍ବ ବୋଲି ପ୍ଲାଟୋ ମତ ଦେଇଥିଲେ। ମଧ୍ୟ ଯୁଗୀୟ ଇଉରୋପ୍‌ରେ ଗିର୍ଜା ବ୍ୟବସ୍ଥା ସହ ସଂପୃକ୍ତ କର୍ତ୍ତୃପକ୍ଷ ଅନାଥଙ୍କ ଯତ୍ନ ନେଉଥିଲେ। ଅନାଥମାନେ ଭୋଗୁଥିବା ଦୁଃଖ-ଦୁର୍ଦଶା ବାବଦରେ ବ୍ୟଥିତ ହୋଇ ବ୍ରିଟିସ୍‌ ଲେଖକ ଚାର୍ଲ‌୍‌ସ ଡିକେନ୍‌ସ ‘ଅଲିଭର‌୍‌ ଟୁଇଷ୍ଟ୍’ ଉପନ୍ୟାସ ରଚନା କରିଥିଲେ।

The post ବିଶ୍ୱ ଅନାଥ ଦିବସ ଆଜି first appeared on Sambad.



from ବିଶେଷ – Sambad https://ift.tt/2IdAzea

Post a Comment

0 Comments