କରୋନା ପଜିଟିଭ ହେବା ପରେ ହାର ନମାନି ଆମ୍ବୁଲାନ୍ସରେ ବସି ପରୀକ୍ଷା ଦେଲେ ଛାତ୍ରୀ

ନୂଆଦିଲ୍ଲୀ: କୌଣସି କାମ କରିବାକୁ ହେଲେ ମନରେ ଆତ୍ମବିଶ୍ବାସ ରହିବା ନିହାନ୍ତି ଆବଶ୍ୟକ। ନିଜ ଉପରେ ଦୃଢ଼ ବିଶ୍ବାସ ରଖି କାମ କଲେ ଆପଣ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚି ପାରିବେ। ଏହି କ୍ରମରେ ଜଣେ ଛାତ୍ରୀଙ୍କୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଉକ୍ତ ଛାତ୍ରୀ ଜଣକ ‌କୋଭିଡ ପଜିଟିଭ ହେବା ପରେ ଆମ୍ବୁଲାନ୍ସରେ ବସି ପରୀକ୍ଷା ଦେଇଥିବା ଜଣାପଡ଼ିଛି।

Kerala Woman Gives PSC Examination from Ambulance after Testing Positive for Coronavirus

ସୂଚନାଯୋଗ୍ୟ, କେରଳର ତିରୁଅନନ୍ତପୁରମରେ ବାସବାସ କରୁଥିବା ଗୋପିକା ଗୋପନ ନାମକ ଜଣେ ଛାତ୍ରୀ ଅନେକ ଦିନରୁ ଲୋକ ସେବା ଆ‌ୟୋଗ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ତେବେ ସେ ଏହି ପ୍ରସ୍ତୁତି ଆସିଷ୍ଟାଣ୍ଟ ପ୍ରୋଫେସର ପଦ ପାଇଁ କରୁଥିବା ଜଣାପଡ଼ିଛି। ଗତ ସୋମବାର ଗୋପିକାଙ୍କ ପରୀକ୍ଷା ଥିଲା। ଦୁର୍ଭାଗ୍ୟବଶତଃ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଡାକ୍ତରଖାନା ଯାଇ କରୋନା ପରୀକ୍ଷା କରାଇବାରୁ ତାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିଲା।
‌ସମ୍ପ୍ରତି କରୋନା ମହାମାରୀକୁ ନେଇ ଲୋକଙ୍କ ମନରେ ଭୟ ରହିଛି। ଯେଉଁ ବ୍ୟକ୍ତିଙ୍କର ବି କରୋନା ପଜିଟିଭ ବାହାରୁଛି ସେମାନେ ଭୟଭୀତ ହୋଇପଡ଼ୁଛନ୍ତି। କିନ୍ତୁ ଗୋପିକା କରୋନା ପଜିଟିଭ ଥିବା ଜାଣି ବି ତାଙ୍କ ମନରେ କୌଣସି ପ୍ରକାର ଭୟ ନଥିଲା। ସ୍ବାସ୍ଥ୍ୟ ଖରାପ ସହିତ ପରୀକ୍ଷା ଥିବାରୁ ସେ ହାର ମାନ ନଥିଲେ। ମନକୁ ଦୃଢ଼ କରି ଆମ୍ବୁଲାନ୍ସ ଭିତରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ।

 

ସ୍ବାସ୍ଥ୍ୟ ଖରାପ ସ‌ତ୍ତ୍ବେ ଗୋପିକାଙ୍କ ପରୀକ୍ଷା ଦେବା ପ୍ରତି ମନରେ ଥିବା ଏଭଳି ଦୃଢ଼ତାକୁ ଦେଖି ତିରୁଅନନ୍ତପୁରମର କଂଗ୍ରେସ ସାଂସଦ ଶଶି ଥରୁର ପ୍ରଶଂସା କରିବା ସହିତ ତାଙ୍କ କାହାଣୀକୁ ଟୁଇଟରରେ ସେୟାର କରିଛନ୍ତି।

The post କରୋନା ପଜିଟିଭ ହେବା ପରେ ହାର ନମାନି ଆମ୍ବୁଲାନ୍ସରେ ବସି ପରୀକ୍ଷା ଦେଲେ ଛାତ୍ରୀ first appeared on Sambad.



from ବିଶେଷ – Sambad https://ift.tt/3eoPYnO

Post a Comment

0 Comments