ୟୁନିଭର୍ସାଲ୍‌ ଚିଲ୍‌ଡ୍ରେନ୍‌ସ ଡେ

‘ଜାତି ସଂଘ’ର ଅନୁମୋଦନକ୍ରମେ ପ୍ରତି ବର୍ଷ ୨୦ ନଭେମ୍ବରରେ ପାଳନ କରାଯାଉଛି ‘ବିଶ୍ବବ୍ୟାପୀ ଶିଶୁ ଦିବସ’ ବା ‘ୟୁନିଭର୍ସାଲ୍‌ ଚିଲ୍‌ଡ୍ରେନ୍‌ସ ଡେ’। ୧୯୫୯ ନଭେମ୍ବର ଏହି ଦିନରେ ‘ଜାତି ସଂଘ’ରେ ‘ଶିଶୁ ଅଧିକାର ଘୋଷଣାପତ୍ର’ ଗୃହୀତ ହୋଇଥିଲା। ଶିଶୁଙ୍କର ମଙ୍ଗଳ ଓ ବିକାଶ ପାଇଁ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ।

ପ୍ରତ୍ୟେକ ଦେଶ ନିଜ ସୁବିଧା ଅନୁଯାୟୀ କୌଣସି ଏକ ଦିନକୁ ‘ଜାତୀୟ ଶିଶୁ ଦିବସ’ ଭା‌ବେ ପାଳନ କରିବା ପାଇଁ ଏହା ମାଧ୍ୟମରେ ପ୍ରୋତ୍ସାହନା ଦିଆଯାଏ। ଏଥି ପାଇଁ ୧୯୨୯ରେ ସର୍ବପ୍ରଥମେ ପଦକ୍ଷେପ ନେଇଥିଲା ଟର୍କି। ୧୯୩୧ରୁ ସେଠାରେ ପ୍ରତି ବର୍ଷ ୨୩ ଏପ୍ରିଲରେ ‘ଜାତୀୟ ଶିଶୁ ଦିବସ’ ପାଳନ କରାଯାଉଛି। ଏହା ସେଠାକାର ଜାତୀୟ ଛୁଟି ଦିବସ।

ଇଂଲଣ୍ଡ୍‌ରେ ପ୍ରତି ବର୍ଷ ମେ ଦ୍ବିତୀୟ ରବିବାରେ, ଚାଇନାରେ ଜୁନ ପହିଲାରେ, ଯୁକ୍ତରାଷ୍ଟ୍ର ଆମେରିକାରେ ଜୁନ ଦ୍ବିତୀୟ ରବିବାରେ, ପାକିସ୍ତାନରେ ଜୁଲାଇ ପହିଲାରେ, ବ୍ରାଜିଲ୍‌ରେ ୧୨ ଅକ୍‌ଟୋବରରେ, ଅଷ୍ଟ୍ରିଆ ଓ ଜର୍ମାନିରେ ୨୦ ସେପ୍‌ଟେମ୍ବରରେ, ଇଣ୍ଡୋନେସିଆରେ ୨୩ ଜୁଲାଇରେ, ଜାପାନ ଓ ଦକ୍ଷିଣ କୋରିଆରେ ୫ ମେରେ, ସ୍ପେନ୍‌ରେ ୧୪ ମେରେ, ବାଙ୍ଗ୍‌ଲାଦେଶରେ ୧୭ ମ‌ାର୍ଚ୍ଚରେ, ଶ୍ରୀଲଙ୍କାରେ ଅକ୍‌ଟୋବର ପହିଲାରେ, ଅଷ୍ଟ୍ରେଲିଆରେ ଅକ୍‌ଟୋବର ଚତୁର୍ଥ ବୁଧବାରେ, ଦକ୍ଷିଣ ଆଫ୍ରିକାରେ ନଭେମ୍ବର ପ୍ରଥମ ଶନିବାରେ ଏବଂ ଆମ ଦେଶରେ ୧୪ ନଭେମ୍ବରରେ ‘ଜାତୀୟ ଶିଶୁ ଦିବସ’ ପାଳନ କରାଯାଏ।

The post ୟୁନିଭର୍ସାଲ୍‌ ଚିଲ୍‌ଡ୍ରେନ୍‌ସ ଡେ first appeared on Sambad.



from ବିଶେଷ – Sambad https://ift.tt/3fjSsEK

Post a Comment

0 Comments